ଢେଙ୍କାନାଳ,୨୮/୦୮/୨୦୧୯(ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ନବ ନିର୍ମିତ କୋଠାରେ ୱାନ ଷ୍ଟପ୍ ସେଣ୍ଟର ଉଦଘାଟିତ ହୋଇଯାଇଛି । ଡାକ୍ତରଖାନାର ଷଷ୍ଠ ମହଲାରେ ସଖୀନାମରେ ନାମିତ କରା ଯାଇଥିବାଏହି ସହାୟତା କେନ୍ଦ୍ରକୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ ସହ କେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି । ରାଜ୍ୟ ମହିଳାଓ ଶିଶୁ କଲ୍ୟାଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ଏବଂ ଶୋଭା ଅନୁଷ୍ଠାନର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରର ଗୋଟିଏ ଛାତ ତଳେ ମହିଳାମାନଙ୍କୁ ସମସ୍ତପ୍ରକାର ସହାୟତା ଯୋଗାଇ ଦିଆଯିବବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଲୋକାର୍ପଣ ଉତ୍ସବରେ ଅତିରିକ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସାଅଧିକାରୀ (ଜନ ସ୍ୱାସ୍ଥ୍ୟ) ଡଃଜ୍ୟୋତିଷ ଚନ୍ଦ୍ର ମହାପାତ୍ର ଏବଂ(ପରିବାର କଲ୍ୟାଣ) ଡଃ ବିଦୁ୍ୟତ୍କୁମାର ନନ୍ଦ ଯୋଗଦେଇ ଏହିସହାୟତା କେନ୍ଦ୍ରରେ ଶାରୀରିକ ଓମାନସିକ ରୋଗ ପୀଡିତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା ସହସେମାନଙ୍କ ପାଇଁ ୨୪ ଘଂଟିଆ ଆଇନଗତ ସହାୟତା ପାଇପାରିବେ ଏବଂ ନାବାଳିକା ମାନେ ମଧ୍ୟ ଅନୁରୂପ ସହାୟତା ପାଇବେ ବୋଲି ସୂଚନା ଦେଇଥିଲେ । ଉତ୍ସବରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ ଯୋଗଦେଇ ବଳାକ୍ରାର,ପାରିବାରିକ ହିଂସା, ଏସିଡ୍ ଆକ୍ରମଣ,ଅପହରଣ, ନିଖୋଜ, ଯୌନଉତ୍ପୀଡନ, ଶୋଷଣ ଏବଂ ମହିଳାଚାଲାଣ ମାମଲାର ପୀଡିତାଙ୍କୁ ଉକ୍ତକେନ୍ଦ୍ର ମାଧ୍ୟମରେ ସହାୟତା ଯୋଗାଇଦିଆଯିବ ତଥା ମହିଳାମାନେନିର୍ଭୟରେ ଅଭିଯୋଗ କରିପାରିବେବୋଲି ପ୍ରକାଶ କରିଥିଲେ । ସେହିଭଳି ଜାତୀୟ ଜୀବିକା ମିଶନର ପ୍ରକଳ୍ପପରିଚାଳକ ସଞ୍ଜିବ କୁମାର ମହାନ୍ତିଯୋଗଦେଇ ହିଂସାର ଶୀକାର ହୋଇଥିବା ମହିଳା, ନାବାଳିକା ଏବଂଯୁବତୀଙ୍କୁ ଏହି କେନ୍ଦ୍ର ଜରିଆରେ ପୋଲିସ୍ ସହାୟତା, ଚିକିତ୍ସା ସୁବିଧା,ଆଇନଗତ ସହାୟତା, ମନସ୍ତାତ୍ୱିକ ଓ ସାମାଜିକ ପରାମର୍ଶ ମିଳିପାରିବ ତଥା ଆବଶ୍ୟକ ସ୍ଥଳେ ସେମାନେ ଏହି କେନ୍ଦ୍ରରେ ୫ ଦିନ ରହିପାରିବେ ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭ ରେଶୋଭାର ନିର୍ଦ୍ଧେଶକ ଉଦୟେନ୍ଦୁ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ନିବେଦିତା ରଥଙ୍କ ସମେତ ଜିଲ୍ଲା ଓକିଲ ସଂଘସଭାପତି ସଂଜୟ କୁମାର ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଅନୁରାଧା ଗୋସ୍ୱାମୀ, ଜିଲ୍ଲା ରେଡକ୍ରସ ଉପ-ସଭାପତି ବିରଂଚି ନାରାୟଣ ପାଣି ଏବଂ ସମସ୍ତ ଆଇ.ସି.ଡି.ଏସ୍,ସୁପରଭାଇଜର, ପ୍ରୋଗ୍ରାମ ଅଫିସର, ସ୍ୱାସ୍ଥ୍ୟ କର୍ମଚାରୀ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର