କେନ୍ଦ୍ରାପଡା,୨୮/୦୮/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଛାତ୍ର ଛାତ୍ରୀମାନଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ଆଇନଗତ ସାକ୍ଷରତା ଉସôବ ଉପଲକ୍ଷେ ଡ୍ରାମା, ବକ୍ତୃତା, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରତିଯୋଗୀତାରେ ବିଚାରକ ଭାବେ ଦୀନବନ୍ଧୁସାହୁ ଆଇନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ.ଚିରଞ୍ଜିବୀ ପଣ୍ଡା,ନାଟ୍ୟକାର ଦିଲ୍ଲିପ ସାହୁ,ଚିତ୍ରକର ସୈାମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ପ୍ରବନ୍ଧଲିଖନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଇପସୀତା କର,ଚିତ୍ରାଙ୍କନରେ ଜବାହର ନବୋଦ୍ୱୟ ବିଦ୍ୟାଳୟର ଛାତ୍ର ପିନାୟକ ପରିଜା,ବକ୍ତୃତାରେ ସୁଦର୍ଶନ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବେଦିତା ନାୟକ ଏବଂ ଡ୍ରାମାରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରଥମସ୍ଥାନ ଅଧିକାର କରିଥିଲା । ଏହି ଉପଲକ୍ଷେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚୀବ ମଳୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ଜିଲ୍ଲା ଦୈାରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ବାସୁଦେବ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉସôବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ସିଭିଲକୋର୍ଟ ରେଜିଷ୍ଟ୍ରାର ବିଶ୍ୱରଞ୍ଜନ ବେହେରା,ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ପାରସ ପାଢୀ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀତାରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁଷ୍ପଗୁଛ,ସାର୍ଟିଫିକେଟ ଓ ସିଲଡ ପ୍ରଦାନକରି ପୁରସ୍କୃତ କରିଥିଲେ । ପ୍ରାଧିକରଣ କର୍ମଚାରୀ ତରୁଣକାନ୍ତି ସେନ,ଶ୍ରୀକାନ୍ତ କୁମାର ସ୍ୱାଇଁ,ସଂଯୁକ୍ତା ମହାନ୍ତି ଓ ମାଣିକ ହେମ୍ବ୍ରମ ପ୍ରମୁଖ ଉସôବ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର