ଗରଦପୁର ,୨୮/୮/୨୦୧୯ ( ଓଡ଼ିଶା ସମାଚାର) – ବୁଧବାର ସନ୍ଧ୍ୟା ସମୟରେ ଛଅ ଫୁଟ ଳମ୍ବର ଏକ ଗୋଖର ସାପକୁ ଉଦ୍ଧାର କରାଯାଇ ନିଛାଟିଆ ଏକ ଜଙ୍ଗଲିଆ ସ୍ଥାନରେ ଛାଡି ଦିଆଯାଇଛି । ପ୍ରକାଶ ଯେ, ବେଡାରୀ ପଂଚାାୟତର ଶ୍ରୀଚନ୍ଦନପୁର ଗ୍ରାମ ନିକଟସ୍ଥ ସିରସ୍ତା ହାଟ ଠାରେ ଥିବା ଜଗନ୍ନାଥ ମିଠା ଦୋକାନ ଘରର ପଛ ପାଶ୍ୱର୍ରେ ଏକ ଗୋଖର ସାପ ବୁଲୁଥିବାର ଲୋକମାନେ ଦେଖିଥିଲେ । ସାପଟିକୁ ଦେଖିବା ପରେ ମିଠା ଦୋକାନୀ ରମେଶ ସାହୁ ସାପକୁ ଧରିବା ପାଇଁ ତୁରନ୍ତ ନିକଟସ୍ଥ ସାପ ଧରାଳି ପ୍ରକୃତିମିତ୍ର ଉଦୟନାଥ ଚୌଧୁରୀଙ୍କୁ ଖବର ଦେଇଥିଲେ । ଖବରପାଇ ଉଦୟନାଥ ସେଠାରେ ପହଂଚି କୌଶଳକ୍ରମେ ସାପଟିକୁ ଧରିବା ପରେ ଏକ ଅଖାରେ ଭର୍ତି କରି ସେଠାରୁ କିଛି ଦୂରରେ ଥିବା ଏକ ଜଙ୍ଗଲିଆ ସ୍ଥାନରେ ନେଇ ଛାଡି ଥିଲେ । ଏହି ଛଅ ଫୁଟ୍ ଲମ୍ବର ସାପଟି ଧରାଯିବା ପରେ ସେଠାରେ ସାପକୁ ଦେଖିବା ପାଇଁ ଲୋକମାନଙ୍କର ଭିଡ ଜମିଥିଲା । ଓଡ଼ିଶା ସମାଚାର
