ଘଟଗାଁ, ୨୮/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସମ୍ମୀଳନୀ କକ୍ଷ ଠାରେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଷିଶ ଠାକରେ ଓ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମିତ୍ରଭାନୁ ମହାପାତ୍ର ଉପସ୍ଥିତ ରହି ମିଳିତ ଭାବେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିବା ସହ ସମାଧାନ କ୍ଷେତ୍ରରେ ବିହିତ ପଦକ୍ଷେପ ନେଇଥିଲେ । ଏଥିରେ ଜିଲ୍ଲାର ବହୁ ବିଭାଗୀୟ ଉଚ୍ଚ ପଦାଧିକାରୀ ଯୋଗ ଦେଇଥିବା ବେଳେ । ଘଟଗାଁ ବ୍ଲକ ଅଧକ୍ଷା ଦୌପଦି ଦଣ୍ଡପାଟ,ତହସିଲଦାର ବିଶ୍ୱରଂଜନ କର, ଘଟଘାଁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଚିତ୍ର କର,ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ,ଆଇଆଇସି ବନ୍ଦନାପାତ୍ର, ଘଟଗାଁ ବନାଂଚଳ ଅଧିକାରୀ ଅଶୋକ କୁମାର ନାୟକ,ସିଡିପିଓ ସ୍ନେହଲତାଦେଇ,ବିଦ୍ୟୁତ ବିଭାଗ ଏସଡିଓ,ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିସôାଧିକାରୀ ଡ.ମୁକ୍ତିକାନ୍ତ ନାୟକ,ଗ୍ରାମ୍ୟ ଜଳେଯୋଗାଣ ଓ ପରିମଳ ବିଭାଗ ଏସଡିଓ ମୁନା କାଲୁଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ । ଏଥିରେ ଭତା ସମ୍ବନ୍ଧୀୟ୧୪ଟି,ପାନିୟଜଳ ସମ୍ବନ୍ଧୀୟ ୧,ରାସ୍ତା ସମସ୍ୟା ସମ୍ବନ୍ଧୀୟ୪ଟି,ଆବାସ ସମ୍ବନ୍ଧୀୟ୧୪ଟି,ଶିକ୍ଷା ସମ୍ବନ୍ଧୀୟ୧୩ଟି,ସ୍ୱାସ୍ଥ୍ୟ ସମ୍ବନ୍ଧୀୟ୧ ଓ ଅନ୍ୟାନ୍ୟ ସମସ୍ୟା ବାବଦରେ ୨୫ଟି ଅଭିଯୋଗ ପଂଜିକୃତ ହୋଇଥିଲା । ଓଡ଼ିଶା ସମାଚାର