ସାଲେପୁର, ୨୮/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) – ଦୀର୍ଘଦିନ ଧରି ସାଲେପୁର ଅଂଚଳର ବିଭିନ୍ନ ସ୍ଥାନରେ ଥିବା ବିଦୁ୍ୟତ୍ ଟ୍ରାନସଫରମରର ରକ୍ଷଣା ବେକ୍ଷଣ କରାନଯିବା ଓ ଗଛଲତା ସଫା କରାନଯିବାରୁ ଟ୍ରାନସଫରମର ଚାରିପଟେ ଗଛଲତା ମାଡ଼ି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । କେତେକ ସ୍ଥାନରେ ବିଦୁ୍ୟତ୍ ଟ୍ରାନସଫରମର ଚାରିପଟରେ ସୁରକ୍ଷା ବାଡ଼ ଦିଆଯାଉନଥିବାରୁ ବହୁ ଗୋରୁଛେଳି ଟ୍ରାନସଫରମର ସଂସ୍ପର୍ଶରେ ଆସି ବିଦୁ୍ୟତ୍ ଆଘାତରେ ମୃତୁ୍ୟବରଣ କରୁଛନ୍ତି । ସାଲେପୁର ବିଦୁ୍ୟତ୍ ଡିଭିଜନ୍ ଅନ୍ତର୍ଗତ ସାଲେପୁର, ରାଇସୁଙ୍ଗୁଡ଼ା, ବହୁଗ୍ରାମ ସେକସନ୍ ଅଧିନରେ ଥିବା ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଟ୍ରାନସଫରମର ରକ୍ଷଣା ବେକ୍ଷଣ ଠିକ୍ ଭାବରେ କରାଯାଉନଥିବାରୁ ଅଧିକାଂଶ ଟ୍ରାନସଫରମରରେ ଗଛଲତା ମାଡ଼ି ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିବାବେଳେ କେତେକ ଟ୍ରାନସଫରମର ଚତୁପାଶ୍ୱର୍ରେ ସୁରକ୍ଷା ବାଡ଼ ଦିଆଯାଇନଥିବାରୁ ଗୋରୁଛେଳି ମୃତୁ୍ୟମୁଖରେ ପଡୁଛନ୍ତି । ଗତ କିଛିଦିନ ତଳେ ଚନ୍ଦ୍ରାଦେଇପୁର ପଂଚାୟତ ଅଫିସ ନିକଟରେ ଥିବା ଏକ ଟ୍ରାନସଫରମର ସଂସ୍ପର୍ଶରେ ଆସି ୨ଟି ଛେଳି ମୃତୁ୍ୟବରଣ କରିଥିବାବେଳେ କଂଟାସାହି ନିକଟରେ ଥିବା ଏକ ଟ୍ରାନସଫରମର ସଂସ୍ପର୍ଶରେ ଆସି ଏକ ଘୁଷୁରି ସଂପୂର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ଟ୍ରାନସଫରମର ଚତୁଃପାଶ୍ୱର୍ରୁ ଗଛଲତା ସଫା କରାନଯିବାରୁ ଗଛଲତା ଟ୍ରାନସଫରମରରେ ମାଡ଼ି ଜଙ୍ଗଲ ଭଳି ଦେଖାଯାଉଛି । କଟକ-ସାଲେପୁର ରାସ୍ତାର କଂଟାସାହି ନିକଟରେ ଏକ ଟ୍ରାନସଫରମର ଚତୁପାଶ୍ୱର୍ରେ ଗଛଲତା ମାଡ଼ିଯାଇଥିଲେ ମଧ୍ୟ ବିଦୁ୍ୟତ୍ ବିଭାଗ ପକ୍ଷରୁ ଏହାକୁ ସଫା କରାଯାଉନାହିଁ । ଫଳରେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ସେହିପରି ବାଲିସାହି ପଞ୍ଚାୟତର ବିଶେଶ୍ୱର ମହାଦେବଙ୍କ ନିକଟରୁ ଖୁଂଟିଆସାହି ପର୍ଯ୍ୟନ୍ତ ଗ୍ରାମ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ବିଦୁ୍ୟତ୍ ତାର ଝୁଲି ରହିଥିବାବେଳେ ଏହାକୁ ମରାମତି କରାଯାଉନାହିଁ । ଫଳରେ ପଥଚାରୀଙ୍କ ପାଇଁ ଏହା ବିପଦ ସୃଷ୍ଟି କରିଛି । ବିଭାଗୀୟ ଉଚ୍ଚକର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର
