Saturday , September 25 2021
Breaking News
Home / ବିଶେଷ / ବିଧବା ଧନୀ ପାଇଁ ପକ୍କାଘର ସ୍ୱପ୍ନ: – ‘ଫନୀ’ ବାତ୍ୟା ପରେ ଭଙ୍ଗା କୁଡ଼ିଆରେ ପଡ଼ିରହିବା ସାର ହୋଇଛି

ବିଧବା ଧନୀ ପାଇଁ ପକ୍କାଘର ସ୍ୱପ୍ନ: – ‘ଫନୀ’ ବାତ୍ୟା ପରେ ଭଙ୍ଗା କୁଡ଼ିଆରେ ପଡ଼ିରହିବା ସାର ହୋଇଛି

ନିଶ୍ଚିନ୍ତକୋଇଲି, ୨୭/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ କଳମିଶ୍ରି ପଂଚାୟତରେ ଦାମୋଦରପୁର ଗ୍ରାମରେ ସବୁଠୁ ଗରିବ ମହିଳା ଧନୀ ବିଶ୍ୱାଳଙ୍କୁ ପକ୍କାଘର ଟିଏ ମିଳିନଥିବାରୁ ବଖରାଏ ଚାଳ ଘରେ ଦୁର୍ଦ୍ଧିନରେ କାଳାତିପାତ କରୁଛନ୍ତି । ଗତ ଫନୀ ବାତ୍ୟାରେ ଘରଟି ସଂପୂର୍ଣ୍ଣ ଭାଙ୍ଗିଯିବାରୁ କୈାଣସି ପ୍ରକାରେ ନଡ଼ା ଓ କୁଟା ଛପର କରି ପଡ଼ିରହିଛନ୍ତି । ଦୀର୍ଘ ଦିନ ହେବ ପ୍ରଶାସନ ସ୍ଥାନୀୟ ଲୋକପ୍ରତିନିଧି , ପଂଚାୟତ ପ୍ରତିନିଧି ଆଦିଙ୍କୁ ଏଥିପାଇଁ ବାରମ୍ବାର ଜଣାଇ ଥିଲେ ହେଁ ଆଜି କାଲି କହି ସମୟ ଗଡ଼ାଇ ଚାଲିଥିବା ପ୍ରକାଶ କରିଛନ୍ତି । ତାଙ୍କୁ ଇନ୍ଦିରା ଆବାସ, ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି ଜଣାଇଲେ , ୭୦ ହଜାର ଟଙ୍କା ନ ଦେଲେ ଘର ମିଳିବ ନାହିଁ ବୋଲି ଶୁଣିବା ପରେ ସେ ନିରାଶ ହେବା ଛଡ଼ା ତାଙ୍କ ପାଖରେ କିଛି ଚାରା ନାହିଁ ବୋଲି ଅଭିଯୋଗ କରିଛନ୍ତି । ଖାଦ୍ୟସୁରକ୍ଷା ଯୋଜନାରେ ୫ କେ.ଜି ଚାଉଳ ଓ ଭଲା ଛଡ଼ା ଅନ୍ୟ କିଛି ମିଳୁନାହିଁ । ଢ଼ିଅ ଖଣ୍ଡେ ଛଡ଼ା ଜମିବାଡ଼ି ନଥିବା ବିଧବା ଧନୀଙ୍କୁ ଅନ୍ନପୂର୍ଣ୍ଣା କିମ୍ବା ଅନ୍ତୋଦୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉନାହିଁ । ତେବେ ନିରାଶୟ ଧନୀ ଚଳିବେ କିପରି ବୋଲି କହିଛନ୍ତି । ପନୀ ବାତ୍ୟାରେ ପଲିଥିନ୍ ଖଣ୍ଡେ ମିଳିନାହିଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅଗ୍ନିକାଣ୍ଡରେ ୪ବଖରା ଘର ଜଳିଗଲା, ଗୁରୁତର ଗାଈକୁ ଉଦ୍ଧାର କରିବାକୁ ଯାଇ ରୁନିଲତା ଗୁରୁତର 

ତାରପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ଅନ୍ତର୍ଗତ ଚିକିଣିଆ ପଂଚାୟତ କଳାଧାରୀ ଗ୍ରାମର ବଟକୃଷ୍ଣ ଲେଙ୍କାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ …

Leave a Reply

Your email address will not be published. Required fields are marked *