Saturday , October 16 2021
Breaking News
Home / ବିଶେଷ / ରାଜ୍ୟରେ ୭ମ ଅର୍ଥନୈତିକ ଗଣନାର ଶୁଭାରମ୍ଭ:  ସ୍ୱତନ୍ତ୍ର ମୋବାଇଲ ଆପ୍ ଲୋକାର୍ପିତ

ରାଜ୍ୟରେ ୭ମ ଅର୍ଥନୈତିକ ଗଣନାର ଶୁଭାରମ୍ଭ:  ସ୍ୱତନ୍ତ୍ର ମୋବାଇଲ ଆପ୍ ଲୋକାର୍ପିତ

ଭୁବନେଶ୍ୱର,୨୭/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ ହୋଇଛି । ସୋମବାର ଲୋକସେବା ଭବନଠାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ସପ୍ତମ ଅର୍ଥନୈତିକ ଗଣନାର ଶୁଭାରମ୍ଭ କରିଛନ୍ତି । ଏହାସହିତ ଅର୍ଥନୈତିକ ଗଣନା ନିମନ୍ତେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ମଧ୍ୟ ଲୋକାର୍ପିତ ହୋଇଛି । ତିନିମାସ ପାଇଁ ଚାଲିବାକୁ ଥିବା ଏହି ଗଣନା କାର୍ଯ୍ୟ ଜାତୀୟ ପରିସଂଖ୍ୟାନ କାର୍ଯ୍ୟଳୟ ଓ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଧେଶାଳୟର ତତ୍ୱାବଧାନରେ ଚାଲିବ । କାର୍ଯ୍ୟକ୍ରମରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ଉପ ମହାନିର୍ଦ୍ଧେଶକଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଏବଂ ଗଣନା ପ୍ରକ୍ରିୟାରେ ସଂପୃକ୍ତ ଅଂଶୀଦାରବୃନ୍ଦ ଉପସ୍ଥିତ ଥିଲେ । ଅର୍ଥନୈତିକ ଗଣନା ପ୍ରକ୍ରିୟାରେ ନିଯୁକ୍ତି ତଥା ଆୟ ସୃଷ୍ଟିମାଧ୍ୟମରେ ଭାରତୀୟ ଅର୍ଥନୀତିକୁ ବିଶେଷ ଭାବରେ ସାହାଯ୍ୟ କରୁଥିବା ସମସ୍ତ ପ୍ରତିଷ୍ଠାନ ଗୁଡ଼ିକୁ, ଏପରିକି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନ ଗୁଡ଼ିକର ସଂପୂର୍ଣ୍ଣ ଗଣନାକୁ ଅଗ୍ରାଧିକାର ଦିଆଯିବ । ଏହା ଫଳରେ ନିର୍ଦ୍ଧିଷ୍ଟ ଭୌଗୋଳିକ ଅବସ୍ଥିତି ତଥା ସ୍ଥାନ ପୁଞ୍ଜର ଆର୍ଥôକ କାର୍ଯ୍ୟକଳାପ,ମାଲିକାନା ଅଧିକାର ଏବଂ ନିୟୋଜିତ ବ୍ୟକ୍ତି ବିଶେଷଙ୍କ ସଂପର୍କରେ ମୂଲ୍ୟବାନ ତଥ୍ୟ ମିଳିପାରିବ । ସୁତରାଂ ରାଜ୍ୟ ଓ ଜିଲ୍ଲାସ୍ତରରେ ସାମାଜିକ-ଅର୍ଥନୈତିକ ଉନ୍ନୟନ ମୂଳକ ଯୋଜନା ପ୍ରଣୟନ ସମୟରେ ଏହି ଅର୍ଥନୈତିକ ଗଣନାର ସଂଗୃହୀତ ବିବରଣୀ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ସପ୍ତମ ଅର୍ଥନୈତିକ ଗଣନା୨୦୧୯ରିୟଲ ଟାଇମ୍ ଡାଟା ଭାଲିଡେସନ୍ ଓ ଯାଂଚ, ଜିଓ ଟ୍ୟାଗିଂ, ଟାଇମସ୍ ଷ୍ଟାମ୍ପିଂ,ଏମଆଇଏସ୍ ଡ୍ୟାସବୋର୍ଡ ବ୍ୟବହାର ଇତ୍ୟାଦିର ବିନିଯୋଗ ସାଙ୍ଗକୁ ଅଗ୍ରଣୀ ସୁଚନା ପ୍ରଯୁକ୍ତି ଉପକରଣ ସହାୟତାରେ ଆଧୁନିକ ମୋବାଇଲ ଆପ୍ ଦ୍ୱାରା ପରିଚାଳିତ ହେବ । ଏହାଫଳରେ ସର୍ବେକ୍ଷଣରେ ଶତପ୍ରତିଶତ ଅନ୍ତର୍ଭୁକ୍ତି ସମେତ ସଫଳତା ମିଳିପାରିବ । ଭାରତ ସରକାରଙ୍କ ଇଲେଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ଏକ ସ୍ପେସାଲ୍ ପରପୋଜ୍ ଭେହିକିଲ୍ (ଏସପିଭି) “କମନ୍ ସର୍ଭିସ୍ ସେଂଟର ଇ-ଗଭର୍ଣ୍ଣାନ୍ସସର୍ଭିସ୍ ଇଣ୍ଡିଅ । ଲିମିଟେଡ୍’ ମାଧ୍ୟମରେ ସପ୍ତମ ଅର୍ଥନୈତିକ ଗଣନାକୁ କାର୍ଯ୍ୟକାରୀ କରୁଛନ୍ତି । ଇତି ପୂର୍ବରୁ ଦେଶରେ ୬ଟି ଅର୍ଥନୈତିକ ଗଣନା କାର୍ଯ୍ୟ ସଂପନ୍ନ ହୋଇଛି । ବିଗତ ଷଷ୍ଠ ଅର୍ଥନୈତିକ ଗଣନା ସମେତ ପୂର୍ବରୁ ହୋଇଥିବା ଗଣନା ଗୁଡ଼ିକରେ ପ୍ରାପ୍ତ ଉଦ୍ୟୋଗୀ ପରିବାର ଓ ପ୍ରତିଷ୍ଠାନଗୁଡ଼ିକର ସଂଖ୍ୟାକୁ ଭିତିକରି ଜଣାଯାଇଛି ଯେ ସପ୍ତମ ଅର୍ଥନୈତିକ ଗଣନାରେ ପ୍ରାୟ ୨୭ କୋଟି ପରିବାର ଓ ୭ କୋଟି ସଂସ୍ଥା ସାମିଲ ହେବେ ।ଏହି ବ୍ୟାପକ କାର୍ଯ୍ୟ ପାଇଁ ୯ ଲକ୍ଷ ଗଣନାକାରୀ ଓ ୩ ଲକ୍ଷ ପର୍ଯ୍ୟବେକ୍ଷକ ନିୟୋଜିତ ହେବେ । ଓଡ଼ିଶାରେ ବିବରଣୀ ସଂଗ୍ରହ ଓ ତଦାରଖ ନିମନ୍ତେ ପ୍ରାୟ ୩୧ ହଜାର ଗଣନାକାରୀ ୬୬୦୦ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ଏହା ବ୍ୟତୀତ କେନ୍ଦ୍ର ତଥାରାଜ୍ୟ ସରକାରଙ୍କ ପଦାଧିକାରୀ ଓଡ଼ିଶା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପର୍ଯ୍ୟବେକ୍ଷଣ କାର୍ଯ୍ୟ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ରାଜ୍ୟରେ ଅର୍ଥନୈତିକ ଗଣନା ପାଇଁକାର୍ଯ୍ୟକାରୀ ହେଉଥିବା ୧୬୦୦୦କମନ୍ ସର୍ଭିସ୍ ସେଂଟର (ସାଧାରଣ ସେବା କେନ୍ଦ୍ର) ତଥା ସମସ୍ତ ବ୍ଳକ୍ ଅଂଚଳକୁ ଏହାର ପଦାଧିକାରୀଙ୍କ ପର୍ଯ୍ୟବେକ୍ଷଣ ଅନ୍ତର୍ଭୁକ୍ତ କରାଯାଇଛି । ଓଡ଼ିଶାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ସମନ୍ୱୟ କମିଟି ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିମାନ ଗଠନ କରାଯାଇଛି । ଅଣକୃଷି ଅର୍ଥନୈତିକ କାର୍ଯ୍ୟକଳାପ ସଂପର୍କିତ ତଥ୍ୟ ଆହରଣ ନିମନ୍ତେ ଦେଶର ସପ୍ତମ ଅର୍ଥନୈତିକ ଗଣନାପାଇଁ ଏକ ବ୍ୟାପକ କାର୍ଯ୍ୟକ୍ରମ । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *