Monday , January 30 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ବେଦାନ୍ତ ଓଡ଼ିଶାରେ ‘ଏସ୍ପିରେସନାଲ ଡିଷ୍ଟ୍ରିକ’ କାର୍ଯ୍ୟକ୍ରମ ପାଇଁ ନିତି ଆୟୋଗ ସହିତ ହାତ ମିଳାଇଛି

ବେଦାନ୍ତ ଓଡ଼ିଶାରେ ‘ଏସ୍ପିରେସନାଲ ଡିଷ୍ଟ୍ରିକ’ କାର୍ଯ୍ୟକ୍ରମ ପାଇଁ ନିତି ଆୟୋଗ ସହିତ ହାତ ମିଳାଇଛି

• ବେଦାନ୍ତ କଳାହାଣ୍ଡି ଜିଲ୍ଲାରେ ସ୍ଥାନୀୟ ସମ୍ପ୍ରଦାୟଙ୍କୁ ସଶକ୍ତି କରଣ କରିବା ପାଇଁ ନିତି ଆୟୋଗ ସହିତ ଚୁକ୍ତି ସ୍ୱାକ୍ଷରିତ କରିଛି

ନୂଆଦିଲ୍ଲୀ / ଭୁବନେଶ୍ୱର , ୨୭/୦୮/୨୦୧୯(ଓଡ଼ିଶା ସମାଚାର)- ବେଦାନ୍ତ ଲିମିଟେଡ ନିଜର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଅନ୍ତର୍ଗତ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଲୋକମାନଙ୍କର ଜୀବନ ଧାରଣାରେ ଉନ୍ନତି ଆଣିବା ପାଇଁ ନିତି ଆୟୋଗ ସହିତ ଚୁକ୍ତି ସ୍ୱାକ୍ଷରିତ କରିଛି । ନିତି ଆୟୋଗ ଏବଂ ବେଦାନ୍ତ ମିଳିତ ଭାବେ ନୂତନ କାର୍ଯ୍ୟ ଶୈଳୀ ଦ୍ୱାରା ଜିଲ୍ଲାରେ ସ୍ଥାନୀୟ ସମ୍ପ୍ରଦାୟଙ୍କ ପାଇଁ ସ୍ୱାସ୍ଥ୍ୟପୋଷଣ, ଶିକ୍ଷା, ଆର୍ଥିକ ସହାୟତା ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଜୀବନ ଧାରଣର ଉନ୍ନତି କରିବା ଉପରେ କାର୍ଯ୍ୟ କରିବେ ଏବଂ ରାଜ୍ୟ ସରକାରଙ୍କ ସମସ୍ତ ବିକାଶ ନିତି ଅନ୍ତର୍ଗତ ଏସ୍ପିରେସନାଲ ଜିଲ୍ଲା ଇନଫ୍ରାଷ୍ଟ୍ରକ୍ଚର ସମ୍ବନ୍ଧିତ କ୍ଷେତ୍ରରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । ବେଦାନ୍ତ, ସ୍ଥାନୀୟ ସରକାରଙ୍କ ପ୍ରତିନିଧି, ନିତି ଆୟୋଗର କାର୍ଯ୍ୟକର୍ତା ଏବଂ ରାଜ୍ୟ ସରକାର ପରାମର୍ଶରେ ଅଭିନବ ସମଧାନ ପାଇଁ ଅଧ୍ୟୟନ ଏବଂ ଗୁଣଦାୟକ ଗବେଷଣା କରିବା ପାଇଁ କାମ କରିବ, ଚିହ୍ନିତ କ୍ଷେତ୍ରରେ ଜ୍ଞାନ କୌଶଳ ଏବଂ ଅଭିନବୀକରଣ ପ୍ରଦର୍ଶନ କରିବା, ସୁଚନା ପାଇଁ ଉପôାଦ ଗୁଡିକ ସହ ମାନ ନିର୍ଦ୍ଧାରଣ କରିବା ପାଇଁ ରାଜ୍ୟ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଇତ୍ୟାଦି ଅନ୍ତର୍ଗତ ।
ନିଜ କ୍ଷେତ୍ରରେ ନିତି ଆୟୋଗ ବେଦାନ୍ତ ଦ୍ୱାରା ବିକଶିତ କରାଯାଇଥିବା ଯୋଜନା ଗୁଡିକ ସହଜ ତଥ୍ୟ ସୁବିଧା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏସଓଆଇ ସ୍ୱାକ୍ଷରିତ ସମୟରେ ନିତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ଅମିତାଭ କାନ୍ତ କହିଛନ୍ତି ଯେ ଏହି ମିଳିତ ସହଯୋଗ ଆବଶ୍ୟକୀୟ ବ୍ୟାଘାତ ଜନିତ ହସ୍ତକ୍ଷେପ ପାଇଁ ସାହାଯ୍ୟକରିବ ଯାହାକି ଓଡ଼ିଶାର ଏସ୍ପିରେସନାଲ ଜିଲ୍ଲା କଳାହାଣ୍ଡିକୁ ବଦଳାଇବା ପାଇଁ ସବୁଠାରୁ ଅଧିକ ଦରକାର ଅଟେ । ଜିଲ୍ଲାର ବିକାଶତ୍ମକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ତଥା ଏସ୍ପିରେସନାଲ ଜିଲ୍ଲା ରୂପରେ ପରିଭାଷିତ କରିବା ପାଇଁ ଏହି ମିଳିତ ସହଯୋଗ କଳାହାଣ୍ଡି ତଥା ଓଡ଼ିଶାର ଅନ୍ୟ ଏସ୍ପିରେସନାଲ ଜିଲ୍ଲା ଗୁଡିକରେ ଲୋକମାନଙ୍କର ଜୀବନ ଧାରଣକୁ ସହଜ ଏବଂ ସରଳ କରିବାରେ ସାହାଯ୍ୟ କରୁଛି ।
ଶ୍ରୀ ରହୁଲ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ -ଆଲୁମିନା ବ୍ୟବସାୟ, ବେଦାନ୍ତ ଲିିମିଟେଡ କହିଛନ୍ତି ଯେ ଗତ ୧୩ ବର୍ଷ ଧରି ବେଦାନ୍ତ ଓଡ଼ିଶାରେ ଗୋଷ୍ଠୀ ମାନଙ୍କର ଉନ୍ନତି ସାଧନ କରିଆସିଛି । ଆମର ଉନ୍ନତି ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପ୍ରଥମରୁ କାଳାହାଣ୍ଡି ଜିଲ୍ଲାରେ ସ୍ଥାନୀୟ ସମ୍ପ୍ରଦାୟଙ୍କର ସମସ୍ତ ବିକାଶ ମୂଳକ କାର୍ଯ୍ୟ କରିଆସୁଛୁ ଏବଂ ଏହା ଆମର ଦାୟିତ୍ୱ ଅଟେ ଯେ ଆମେ ସ୍ଥାନୀୟ ଲୋକଙ୍କ ଜୀବନ ଧାରଣକୁ ବଦଳାଇବା ତଥା ସେମାନଙ୍କୁ ସଶକ୍ତି କରଣ କରିବାରେ ବିଶ୍ୱାସ ରଖୁ । ନିତି ଆୟୋଗ ସହିତ ମିଳିତ ହୋଇ ଏସଓଆଇ ରେ ଚୁକ୍ତି କରିବା ଓଡ଼ିଶାର କାଳାହାଣ୍ଡି ଜିଲ୍ଲାର ସମସ୍ତ ବିକାଶକୁ ଆହୁରି ତ୍ୱରାନ୍ୱିତ କରିପାରିବ ।
ଏସଓଆଇ, ବେଦାନ୍ତକୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ବିକାଶ ଭାଗିଦାରୀ ମାନଙ୍କ ସହିତ ମିଳିତ ହୋଇ ଗୁଣାତ୍ମକ ସେବା ଗୁଡିକ ଯୋଗାଇବାରେ ସହାଯ୍ୟ କରିବ । ବେଦାନ୍ତ ଏବଂ ସରକାରୀ କଳ ମାନଙ୍କର ମିଳିତ ସହଯୋଗ ଦ୍ୱାରା ଉନ୍ନତ ସେବା ଗୁଡିକ ସଂପ୍ରଦାୟ ମାନଙ୍କ ଠାରେ ପହଂଚି ପାରିବ ।
କମ୍ପାନୀ, ପବ୍ଲିକ, ପ୍ରାଇଭେଟ ଏବଂ ବେସରକାରୀ ଅନୁଷ୍ଠାନ ସହିତ ମିଳିତ ହୋଇ ସ୍ଥାୟୀ ମଡେଲ ତିଆରି କରି ଉନ୍ନତ ସେବା ଯଥା ମେନ୍ସୁରାଲ ସ୍ୱାସ୍ଥ୍ୟ ପରିଚାଳନା, ଶିକ୍ଷାର୍ଥୀ ମାନଙ୍କ ପାଇଁ ଅନୁକୂଳ ବିଦ୍ୟାଳୟ ବସାଇବା, ଉନ୍ନତ ଶିଶୁ ଯତ୍ନ ସେବା ଏବଂ ପାରମ୍ପରିକ ତଥା ସ୍ଥାନୀୟ ଉଦ୍ୟୋଗକୁ ମଜଭୁତ କରିବା ଏବଂ ଗୋଷ୍ଠୀ ମାନଙ୍କ ପାଇଁ ସୁଖ ଦାୟକ ସେବା ଯୋଗାଇବା ଇତ୍ୟାଦି କାର୍ଯ୍ୟ କରିବ ।
ଏହି ସବୁ କାର୍ଯ୍ୟ କରିବା ଯଥା ଉନ୍ନତ ସ୍ୱାସ୍ଥ୍ୟ ସେବା, ଶ୍ରେଣୀ ଗୃହ, ଖେଳ ପଡିଆ ଏବଂ ବିଦ୍ୟାଳୟ ମାନଙ୍କରେ ଧୋଇବା ସୁବିଧା ଏବଂ ଆଇସିଡିଏସ୍ କେନ୍ଦ୍ର, ମହିଳା ଗ୍ରୁପ ସୃଷ୍ଟି କରିବା ଏବଂ ସେମାନଙ୍କୁ ସୁଦୃଢ କରିବା ଏବଂ ତାଛଡା ପାଣି, ସଫେଇ ବ୍ୟବସ୍ଥା ଏବଂ ବିଦୁ୍ୟତ ସେବା ଇତ୍ୟାଦି ସମସ୍ତ କାର୍ଯ୍ୟ ପାଇଁ ବେଦାନ୍ତ ନିଜର ଯୋଗଦାନ କରିବ ।
ନିତି ଆୟୋଗ ଏବଂ ବେଦାନ୍ତର ଏହି ମିଳିତ ସହଯୋଗ କଳାହାଣ୍ଡି ଜିଲ୍ଲା କୁ ଏସ୍ପିରେସନାଲ ଜିଲ୍ଲାର ବିଭାଗରେ ସୁଧାର ଆଣିପାରିବ ବୋଲି ଆଶା କରାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.