୧୭ରେ ପୂଜା, ଜିଲ୍ଳା ଟ୍ରକ ମାଲିକ ସଂଘ ଉପରେ ସମସ୍ତଙ୍କ ନଜର
ପାରାଦ୍ୱୀପ ୨୭/୦୮/୨୦୧୯(ଓଡ଼ିଶା ସମାଚାର)- ଓଡିଶା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ୨୧ଦିନ ପରେ ବନ୍ଦର ନଗରୀ ପାରାଦ୍ୱୀପରେ ହେବାକୁ ଯାଉଅଛି । ଚଳିତ ବର୍ଷ ବିଶ୍ୱକର୍ମା ପୂଜାକୁ ପାଳନ କରିବା ପାଇଁ ପାରାଦ୍ୱୀପ ବନ୍ଦର ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଶେଷ ହୋଇଥିବା ବେଳେ ଏବେ ବିଭିନ୍ନ ପୂଜା କମିଟି ତରଫରୁ କାର୍ଯ୍ୟ ଆରମ୍ଭ ହେବାର ଦେଖାଗଲାଣି । ଏବର୍ଷର ବିଶ୍ୱକର୍ମା ପୂଜାକୁ ଜାକଜକମରେ ପାଳନ କରିବା ପାଇଁ ବନ୍ଦର ଅଧ୍ୟକ୍ଷ ଶ୍ରୀ ରିେଙ୍କଶ ରାୟଙ୍କ ସବୁଜ ସେଙ୍କତ ପରେ ବିଭିନ୍ନ ପୂଜା କମିଟି ମାନଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ପ୍ରତି ବର୍ଷଭଳି ପୂଜା ପାଳନ ଅବସରରେରେ ମୂର୍ତୀ, ବାହାର ସାଜସଜା ଓ ବିଦୁ୍ୟତ କରଣ ପାଇଁ ଜିଲ୍ଲା ଟ୍ରକ୍ ମାଲିକ ସଂଘ, ପାରାଦୀପ ଟ୍ରକ୍ ମାଲିକ ସଂଘ, ଜଗନ୍ନାଥ ଟ୍ରକ୍ ମାଲିକ ସଂଘ, ବନ୍ଦରର ମେରାଇନ ବିଭାଗ, ପିଏଚ୍.ଡି ବିଭାଗ, ପୋର୍ଟ ବିଦୁ୍ୟତ୍ ବିଭାଗ ଓ ଇସିଏମ୍ ଡିଭିଜନ ସହିତ ଡମ୍ଫର ମାଲିକ ସଂଘ, ପୋର୍ଟ ୱାର୍କସ ୟୁନିୟନ, ବାବା ବିଶ୍ୱନାଥ ମାଲିକ ସଂଘ, ଓମ୍ଫା, ପାରାଦୀପ ଏରସମା ଶିଳ୍ପାଂଚଳ ବିକାଶ ପରିଷଦ ସମେତ ପ୍ରାୟ ଛୋଟବଡ ୨୦/୨୫ ମେଢ କମିଟି ମଧ୍ୟରେ ପ୍ରତିଯୋଗିତା ହୋଇଥାଏ । ଏହି ପ୍ରତିଯୋଗିତା ମୁଖ୍ୟତଃ ବିଶିଷ୍ଟ ଯୁବ ଶ୍ରମିକ ନେତା ତଥା ସମାଜସେବୀ ସନ୍ତୋଷ ପଟ୍ଟନାୟକଙ୍କ ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ, ପାରାଦ୍ୱୀପ ଟ୍ରକ ମାଲିକ ସଂଘ, ପାରାଦୀପ ଡମ୍ଫର ଓନରର୍ସ ଆସୋସିଏସନ୍ ଏବଂ ପାରାଦ୍ୱୀପ ଏରସମା ଶିଲ୍ପାଂଚଳ ବିକାଶ ପରିଷଦର ମେଢ ଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥାଏ । ଏହି ପୂଜାରେ ଓଡିଶାର କୋଣ ଅନୁକୋଣରୁ ବହୁ ବ୍ୟବସାୟୀକ ପ୍ରତିଷ୍ଠାନ ବ୍ୟବସାୟ କରିବା ପାଇଁ ଆସିଥାନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ତଥା କଲିକତା ଓ ବମ୍ବେର ବହୁ ନାମିଦାମି କଳାକାର ମାନେ ଆସି ମେଲୋଡି ପରିବେଷଣ କରିଥାନ୍ତି,ଏଥିସହିତ ନାମିଦାମି ଯାତ୍ରାପାର୍ଟି ମଧ୍ୟ ଆସିଥାନ୍ତି । ପୂଜାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ପାରାଦ୍ୱୀପ ବନ୍ଦର ପ୍ରଶାସନ, ପୌର ପ୍ରଶାସନ, ଜିଲ୍ଲା ତଥା ପୋଲିସ ପ୍ରଶାସନ ସଦାସର୍ବଦା ସଜାଗ ରହିଥାନ୍ତି । ସର୍ବଶେଷରେ ପାରାଦ୍ୱୀପ ପୌର ପରିଷଦ ତରଫରୁ ଶ୍ରେଷ୍ଠ ମେଢ, ମୂର୍ତୀ , ଆଲୋକ ସଜା ହୋଇଥିବା ମେଢଗୁଡିକର ସଂଗଠନକୁ ପୁରଷ୍କୃତ କରାଯାଇଥାଏ । ଏହି ପୂଜା ଦେଖିବାପାଇଁ ଦୁଇ ଜିଲ୍ଲା କେନ୍ଦ୍ରାପଡା ଓ ଜଗତସିଂହପୁର ଅଂଚଳର ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସମାବେଶ ହୋଇଥିବାବେଳେ ସମସ୍ତଙ୍କ ନଜର ଜଗତସିଂହପୁର ଜିଲ୍ଳା ଟ୍ରକ ମାଲିକ ସଂଘ ଉପରେ ଥାଏ । ପୂଜାକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବା ପାଇଁ ଜିଲ୍ଲା ଟ୍ରକ୍ ମାଲିକ ସଂଘର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ସମେତ ବିଭିନ୍ନ ସଂଘର ପୂଜା କମିଟି ତରଫରୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର