ରଘୁନାଥପୁର,୨୭/୦୮/୨୦୧୯(ଓଡ଼ିଶା ସମାଚାର)-ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ଅକାଳ ବିୟୋଗରେ ବୁଦ୍ଧିଜୀବି ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ଜଣେ ବିଚକ୍ଷଣ ସାମ୍ବାଦିକଳ ସ୍ତମ୍ଭକାର ଓ ଦୂରଦର୍ଶନର ବିଭିନ୍ନ ପ୍ରସଙ୍ଗରେ ବିତର୍କରେ ଭାଗ ନେଉଥିବା ପ୍ରମୁଖ ବ୍ୟକ୍ତି ଭାବେ ରାଜ୍ୟର ପାଠକ ମାନଙ୍କ ଠାରୁ ଆରମ୍ଭ କରି ରାଜନୀତି ବ୍ୟକ୍ତି ବିଶେଷଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଗ୍ରହଣ କରୁଥିଲେ । ତାଙ୍କ ନିରପେକ୍ଷ ସାମ୍ବାଦିକତା ପ୍ରତି ସମର୍ଥନ ଜଣାଉଥିଲେ । ସ୍ୱର୍ଗତ ଗୁରୁଙ୍କ ବିୟୋଗରେ ଆଂଚଳିକ ଦୂର୍ଗାପୂଜା କମିଟି ମାହାଳହାଟ ସଭାପତି ତଥା ସମାଜୀକ କର୍ମୀ ପିତାମ୍ବର ପରିଜାଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା କରାଯାଇ ତାଙ୍କ ସ୍କୃତି ଚାରଣ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଦୀପ୍ତି ରଂଜନ କାନୁନଗୋ,ତପନ କୁମାର ସ୍ୱାଇଁ, ରାଜେନ୍ଦ୍ରନାରାୟଣ ସିଂହ, ଅକ୍ଷୟ କୁମାର ସାହୁ, ପ୍ରମୋଦ କୁମାର ପରିଜା, ଅଭୟ କୁମାର ବେଉରା, ରାଜ କିଶୋର ମହାନ୍ତି, ବିଭୁତି ଭୁଷଣ ସ୍ୱାଇଁ, ଅମିୟ କିଶୋର ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗତ ଗୁରୁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଓଡ଼ିଶା ସମାଚାର
Check Also
ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ
ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …