କେନ୍ଦ୍ରାପଡା ୨୭/୦୮/୨୦୧୯(ଓଡ଼ିଶା ସମାଚାର)-ସାରା ବିଶ୍ୱକୁ ଭାତୃତ ଭାବରେ ଯେଉଁ କାର୍ଯ୍ୟ କରି ଜାତିସଂଘ ଦ୍ୱାରା ଶାନ୍ତିଦୂତ ଭାବେ ପୁରସ୍କୃତ ହୋଇଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣୀଙ୍କ ଦ୍ୱାଦଶପୂର୍ଣ୍ଣର୍ ତିଥି କେନ୍ଦ୍ରାପଡା ପୈାରାଂଚଳର ସୁନାଇଲୋ ଜ୍ଞାନଜ୍ୟୋତିଭବନସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ରବିବାର ପାଳିତ ହୋଇଯାଇଛି । ସେବାକେନ୍ଦ୍ରର ମୁଖ୍ୟ ସଂଚାଳିକା ଏହି ଉପଲକ୍ଷେ ବ୍ରହ୍ମାକୁମାରୀ ସ୍ନେହ ଭଉଣୀଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ସ୍ନେହଭଉଣୀ ଦାଦି ପ୍ରକାଶମଣୀଙ୍କର ତ୍ୟାଗମୟ ଜୀବନ ନିମିତଭାବ, ନମ୍ର ସ୍ୱଭାବ ଓ ନିର୍ମଳବାଣୀ ଦ୍ୱାରା କିପରି ବିଶ୍ୱରେ ଏକମତ, ଭାତୃତ୍ୱଭାବ ସୃଷ୍ଟି ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ପୂର୍ବତନ ଟେକ୍ସ ଟାଇଲ ଓ ହ୍ୟାଣ୍ଡଲୁମସର ନିର୍ଦ୍ଧେଶକ ପ୍ରାଣକୃଷ୍ଣ ବେହେରା ଓ ସମ୍ମାନୀୟ ଅତିଥି ମଦନ ମୋହନ ବେହେରା, ପି.ଏନ୍.ଏସ୍, ଆଇ.ଟି. ଆଇର ଅଧ୍ୟକ୍ଷ ଯୋଗଦେଇ ନିଜ ନିଜର ପ୍ରେରଣାଦାୟକ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଏଥିରେ ବ୍ର.କୁ ରବିନ୍ଦ୍ର, ବ୍ର.କୁ. ସଂଗ୍ରାମ, ବ୍ର.କୁ ଗୋପେଶ୍ୱର, ବ୍ର.କୁ ବିଶ୍ୱରଞ୍ଜନ, ବ୍ର.କୁ ସୁଚିତ୍ରା, ବ୍ର.କୁ ବିଭବ, ବ୍ର.କୁ ସୁମିତ୍ରା ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର