Tuesday , October 26 2021
Breaking News
Home / ବିଶେଷ / ନକ୍ସଲ ମୁକାବିଲା ବୈଠକରେ ୩ଟି ଦାବି ଉଠାଇଲେ  ମୁଖ୍ୟମନ୍ତ୍ରୀ

ନକ୍ସଲ ମୁକାବିଲା ବୈଠକରେ ୩ଟି ଦାବି ଉଠାଇଲେ  ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୦୮/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟର ମାଓ ଅଧ୍ୟୁଷିତ ଅଂଚଳରେ ଭିତିଭୂମିର ବିକାଶ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱଦେବା ସହ ୩ ଟି ଦାବି କରିଛନ୍ତି । ସେ କରିଥିବା ଦାବି ନେଇ ସେ ଆଶାବାଦୀ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।ନକ୍ସଲ ମୁକାବିଲା ନେଇ ସୋମବାର ଦିଲ୍ଲୀ ଠାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମାଓ ଦମନ ସହିତ ମାଓ ଅଂଚଳରେ ବିକାଶ ନେଇ ଆଲୋଚନା ହୋଇଥିଲା । ଏଥିରେ ନକ୍ସଲ ପ୍ରବଣ ରାଜ୍ୟ ଯଥା ଓଡିଶା ,ଛତିଶଗଡ , ମଧ୍ୟ ପ୍ରଦେଶ ,ଆନ୍ଧ୍ରପ୍ରଦେଶ , ଉତର ପ୍ରଦେଶ ,ବିହାର, ଝାଡଖଣ୍ଡ , ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ମାନେ ଯୋଗ ଦେଇଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନଥିଲେ  । କେନ୍ଦ୍ରସରକାରଙ୍କ ପକ୍ଷରୁ ଜାତୀୟ ନିରାପତା ପରାମର୍ଶଦାତା ଅଜିତ୍ ଡୋଭାଲ ,ବିଏସଏଫ୍ ଡିଜି ଭିକେ ଜୋହରି ପ୍ରମୁଖ ଉପସ୍ଥିତ ଥିଲେ  । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଓପ୍ରବଣ ଅଂଚଳରେ ଟେଲିଫୋନ୍ ସେବାଉପରେ ଅଧିକ ଗୁରୁତ୍ୱ ଦେବା ସହ ବ୍ୟାଙ୍କିଙ୍ଗ ସେବାକୁ ସୁଦୃଢ କରିବାକୁ ଦାବି କରିଥିଲେ । ନବରଙ୍ଗପୁର ଓ ମାଲକାନଗିରିକୁ ରେଳ ସଂଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଦାବିରେ ଦର୍ଶାଇଥିଲେ । ଏହି ପ୍ରକଳ୍ପ ପାଇଁ ମାଗଣାରେ ଜମି ଯୋଗାଇ ଦେବା ଓ ଏଥିପାଇଁ ୫୦ ପ୍ରତିଶତ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ  । ସେ ଉଠାଇଥିବା ଦାବିଗୁଡିକ ଉପରେ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି ସେ ଆଶାପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେଯେ, ମାଓବାଦୀଙ୍କ କାର୍ଯ୍ୟକଳାପ ପାଇଁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ଏହାକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣ କରିବା ପାଇଁ ଉଭୟରାଜ୍ୟ ଏବଂ କେନ୍ଦ୍ରର ସମାନଭାବେ ଦାୟିତ୍ୱ ରହିଛି । ଓଡ଼ିଶାରେ ଦୀର୍ଘ ୩୦ବର୍ଷ ଧରି ମାଓ କାର୍ଯ୍ୟ କଳାପ ରହିଛି । ବର୍ତମାନ ତାକୁ ବହୁକାଂଶରେ ନିୟନ୍ତ୍ରଣ କରାଯାଇପାରିଛି । ୨୦୧୮ ଏବଂ୨୦୧୯, ୧୫ ଅଗଷ୍ଟ ସୁଦ୍ଧା ୨୬ଜଣ ବାମପନ୍ଥୀ ମାଓ କ୍ୟାଡ଼ର ପୋଲିସଆକ୍ସନ ଦ୍ୱାରା ମୃତୁ୍ୟ ବରଣ କରିଛନ୍ତି । ୮୫ ଜଣଙ୍କୁ ଗିରଫ କରାଯାଇଥିଲାବେଳେ ୩୫ ଜଣ ଆତ୍ମ ସମର୍ପଣକରିଛନ୍ତି । ମାଓ କ୍ୟାଡ଼ର ହ୍ରାସପାଇବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଏହି ନକ୍ସଲ କାର୍ଯ୍ୟ କଳାପକୁ ମୂଳୋତ୍ପାଟନ ପାଇଁ ସମ୍ପୃକ୍ତ ମାଓ ପ୍ରବଣ ଅଂଚଳରେ ଜନ କଲ୍ୟାଣ, ଉନ୍ନୟନ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଆଦିବାସୀ ଅଧୁ୍ୟଷିତ ଗ୍ରାମ ମାନଙ୍କରେ ଶହେ ପ୍ରତିଶତ ବିଦୁ୍ୟତକରଣ କରିବା ସହ ସ୍ୱାସ୍ଥ୍ୟସେବା ଏବଂ ଉନ୍ନତ ଶିକ୍ଷା ବ୍ୟବସ୍ଥା କରାଯାଇଛି । ଏହାର କାର୍ଯ୍ୟର ସୁଫଳତା ସେମାନେ କିପରି ପାଉଛନ୍ତି ତାକୁନେଇ ନିୟମିତ ଭାବେ ସମୀକ୍ଷା କରାଯାଉଛି । ନିଯୁକ୍ତି ସୃଷ୍ଟି କରିବା ସହ ବାସଗୃହ ଯୋଗାଇଦେବା ଏବଂ ଗମନାଗମନ ପାଇଁ ରାସ୍ତା ଏବଂ ସେତୁ ଗୁଡ଼ିକର ଉନ୍ନତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *