Friday , October 22 2021
Breaking News
Home / ତାଜା ଖବର / ତାଜା ଖବର : ହୀରାକୁଦ ଜଳଭଣ୍ଡାରର ୬ ଟି ଗେଟ୍ ଖୋଲା -ଆଉ ୪ ଟି ଗେଟ୍ ଖୋଲିବ

ତାଜା ଖବର : ହୀରାକୁଦ ଜଳଭଣ୍ଡାରର ୬ ଟି ଗେଟ୍ ଖୋଲା -ଆଉ ୪ ଟି ଗେଟ୍ ଖୋଲିବ

ସମ୍ବଲପୁର,୨୭/୦୮/୨୦୧୯(ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରର ୬ ଟି ଗେଟ୍ ଖୋଲା । ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୩.୬୫ ଫୁଟ ରେ ପହଂଚିଛି । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ମଧ୍ୟକୁ ୧ ଲକ୍ଷ ୮୮ ହଜାର ୬୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୬ ଟି ଗେଟ ଦେଇ ୧ ଲକ୍ଷ ୧୬ ହଜାର ୮୭୧ କ୍ୟୁସେକ ଜଳ ନିସ୍କାସିତ ହେଉଛି । ଜଳଭଣ୍ଡାର ମଧ୍ୟକୁ ଅଧିକ ଅଧିକ ଜଳ ପ୍ରବେଶ କରୁଥିବାରୁ ପର୍ଯ୍ୟାୟ କ୍ରମେ ଅଧିକ ଅଧିକ ଗେଟ୍ ଖୋଲାଯାଉଛି । ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ କରିଦିଆଯାଇଥିଲା । ଗତକାଲି ପ୍ରଥମେ ୩ ଟି ଗେଟ୍ ଖୋଲାଯାଇଥିଲା ଓ ସନ୍ଧ୍ୟାରେ ଆଉ ୨ ଟି ଖୋଲାଯାଇ ମୋଟ୍ ୫ ଟି ଗେଟ୍ ଦେଇ ଜଳ ନିସ୍କାସନ କରାଯାଉଥିଲା । ଗତକାଲି ପ୍ରତି ସେକେଣ୍ଡ ରେ ୧ ଲକ୍ଷ ୬୦ ହଜାର ୩୨୨ କ୍ୟୁସେକ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଥିବାବେଳେ ବର୍ତମାନ ତାହା ବୃଦ୍ଧି ପାଉଥିବାରୁ ଆଉ ଗୋଟିଏ ଗେଟ୍ ଖୋଲାଯାଇଛି । ଆବଶ୍ୟକ ପଡ଼ିଲେ ପର୍ଯ୍ୟାୟ କ୍ରମେ ଆଜି ଆଉ ୪ ଟି ଗେଟ୍ ଖୋଲାଯିବାକୁ  ବର୍ତମାନ ଜଳଭଣ୍ଡାର କର୍ତୃପକ୍ଷ ନିଷ୍ପତି ନେଇଛନ୍ତି  ।  ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *