Tuesday , December 7 2021
Breaking News
Home / ବିଶେଷ / ଓସାମ୍ ବୋର୍ଡ ରେ ଅଚାନକ ପହଂଚିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓସାମ୍ ବୋର୍ଡ ରେ ଅଚାନକ ପହଂଚିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର , ୨୭/୦୮/୨୦୧୯(ଓଡ଼ିଶା ସମାଚାର)-ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ,ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପସ୍ୱାଇଁ ସୋମବାର ଅପରାହ୍ଣ ୩ଟାରେ ଅଚାନକ ଓଡ଼ିଶା କୃଷି ବିପଣନପରିଷଦ କାର୍ଯ୍ୟଳୟ (ଓସାମ୍ ବୋର୍ଡ)ଗସ୍ତ କରିଥିଲେ । ଖଣ୍ଡଗିରିଠାରେ ଥିବା ସମବାୟ ବିଭାଗର ଓସାମ୍ ବୋର୍ଡ କାର୍ଯ୍ୟାଳୟ ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରିଷଦ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ପରାମର୍ଶ ଦେଇଥିଲେ । ପରିଷଦ ଦ୍ୱାରା ପ୍ରାଥମିକ କୃଷି ସମବାୟ ସମିତି ନିମନ୍ତେ ୩୪୭ଟି ଗୋଦାମ ଘର ନିର୍ମାଣର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ପଚାରି ବୁଝିଥିଲେ । ଏଥି ସହିତ ପରିଷଦ ପକ୍ଷରୁ ନିର୍ମାଣ ହେବାକୁ ଥିବା ଶୀତଳ ଭଣ୍ଡାରର ସଦ୍ୟତମ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରିଷଦର ଡାଏରୀ-ଡେସପାଚ୍ ଓ କର୍ମଚାରୀ ଉପସ୍ଥାନ ଯାଂଚ କରିବା ସହିତ ବିଭିନ୍ନ କାର୍ଯ୍ୟାଳୟରୁ ପ୍ରାପ୍ତପତ୍ର ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ପଚାରି ବୁଝିଥିଲେ । କାର୍ଯ୍ୟାଳୟରେ ଟେକନୋଲୋଜିର ବ୍ୟବହାର କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ସ୍ୱଚ୍ଛତା ବଜାୟ ରଖିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା କୃଷି ବିପଣନ ପରିଷଦର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ନିଯୁକ୍ତ ଏଜେନ୍ସି ଦେଇଥିବା ପ୍ରସ୍ତାବ ସଂପର୍କରେ ମନ୍ତ୍ରୀଶ୍ରୀ ସ୍ୱାଇଁ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଳାହାଣ୍ଡି ,୬/୧୨/୨୧(ଓଡିଶା ସମାଚର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ରେ ଦିର୍ଘ ୪୦ବର୍ଷ ହେଲା ଏମ୍ ରାମପୁର ବ୍ଲକ କୁ ରାଜସ୍ୱ …

Leave a Reply

Your email address will not be published. Required fields are marked *