Tuesday , December 7 2021
Breaking News
Home / ରାଜନୀତି / ଅସିତ୍ ପଟ୍ଟନାୟକ ଓଡ଼ିଶା ମତ୍ସ୍ୟ ଉତ୍ପାଦନ ନିଗମର ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ

ଅସିତ୍ ପଟ୍ଟନାୟକ ଓଡ଼ିଶା ମତ୍ସ୍ୟ ଉତ୍ପାଦନ ନିଗମର ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର,୨୭/୦୮/୨୦୧୯(ଓଡ଼ିଶା ସମାଚାର)-ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅସିତ ପଟ୍ଟନାୟକ ଓଡ଼ିଶା ମତ୍ସ୍ୟ ଉତ୍ପାଦନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିଗମର ବରିଷ୍ଠ କର୍ମଚାରୀମାନେ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରି ନିଗମ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ନିଗମର ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଶ୍ରୀ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିବା ସମୟରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ,ବିଧାୟକ ଇଂ ରୋହିତ ପୂଜାରୀ, ପ୍ରଣବ ବଳବନ୍ତ ରାୟ, ବିଷ୍ଣୁବ୍ରତ ରାଉତରାୟ, ସୁଶାନ୍ତ ରାଉତ, ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ, ଓଡ଼ିଶା ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ, ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁପ ସାଏ, ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଓଡ଼ିଶା ଖଦୀ ଏବଂ ଗ୍ରମୋଦ୍ୟୋଗ ବୋର୍ଡ଼ର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ଭୁବନେଶ୍ୱର ଜିଲ୍ଲା ସଭାପତି ଅମରେଶ ଜେନା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପଟ୍ଟନୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହିତ ଶୁଭେଚ୍ଛା ଜଣାଇଥିଲେ । ଭଦ୍ରକ ଓ ଭୁବନେଶ୍ୱରର ଶତାଧିକ ଯୁବ ଓ ଛାତ୍ର ନେତୃବୃନ୍ଦ ଉପସ୍ଥିତ ରହି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପଟ୍ଟନାୟକ ଦୃଢ ଓ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବେ ବୋଲି ନିଜ ପ୍ରତିକି୍ରୟାରେ  ପ୍ରକାଶ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ବିବାଦରେ ପାରାଦୀପ ବିଜେପି ସଙ୍ଗଠନ- ଜିଲ୍ଲା ଉପସଭାପତିଙ୍କୁ ଆକ୍ରମଣ, ଥାନାରେ ମାମଲା

ପାରଦୀପ , ୨୫/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ରକ୍ଷ ତଥା ଜିଲ୍ଲା ବିଜେପିର ଉପସଭାପତି ଅଜିତ …

Leave a Reply

Your email address will not be published. Required fields are marked *