ଧର୍ମଶାଳା, ୨୬/୦୮/୨୦୧୯(ଓଡ଼ିଶା ସମାଚାର)-ଧର୍ମଶାଳା ଥାନା ଅନ୍ତର୍ଗତ ଦେଉଳି ପାହାଡ଼ରେ ବଡ଼ ଧରଣର ଡ଼କାୟତି କରିବାକୁ ଯୋଜନା କରୁଥିବା ୪ ଜଣ ଅନ୍ତଜିଲା ଡ଼କାୟତଙ୍କୁ ଧର୍ମଶାଳା ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟିଏ ଦେଶି ବନ୍ଧୁକ,୫ ଜୀବନ୍ତ ଗୁଳି,ମୋବାଇଲ, ଭୁଜାଲି, କଟରା, ଲହାରଡ଼,ଟର୍ଚ୍ଚ ଓ ୪ ଟି ବାଇକ ଜବତ କରାଯାଇଛି । ଗିରଫ ଡ଼କାୟତମାନେ ହେଉଛନ୍ତି ମହାରାଷ୍ଟ୍ର ଆକୋଲା ଜିଲା ମାଗିରି ଖଣ୍ଡଲା ଗ୍ରାମର ଅମର ଓମକାର ସାଇଓଙ୍କି ଆଲିଆସ ଗେଡ଼ୁ ,ପୁରୀ ସଦର ଥାନାର ଆଲିକିଆ ଗ୍ରାମର ନରେଶ ପ୍ରଧାନ ଆଲିଆସ ଟୁକୁ ,ଖୋର୍ଦ୍ଧାଜିଲା ଧଉଳି ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଦୀପୁ ଭୋଇ ଆଲିଆସ ସନ୍ଦୀପ ।
୧୬ ନମ୍ବର ଜାତୀୟ ରାଜପଥ କଙ୍ଗÿରେ ଥିବା ଶେରାବାଲି ପେଟ୍ରୋଲ ପମ୍ପ ରେ ଡ଼କାୟତି କରିବା ପାଇଁ ସେମାନେ ଯୋଜନା କରୁଥିବା ସ୍ୱିକାର କରିଛନ୍ତି । ପୁରୀ ଜିଲାର ଚନ୍ଦନପୁର ଓ ପୁରୀ ଥାନାରେ ଏମାନଙ୍କ ନାମରେ ୩ ଟି ହତ୍ୟା, ରାହାଜାନୀ ଓ ଡ଼କାୟତି ମାମଲା ରହିଥିବାବେଳେ ଗୁଜୁରାଟ ର ସୁରାଟ ରେ ୫ ଟି ହତ୍ୟା, ରାହାଜାନୀ ଓ ଡ଼କାୟତି ମାମଲା ରହିଥିବା ଯାଜପୁର ଏସପି ଅକ୍ଷୟ କୁମାର ଦାଶ କହିଛନ୍ତି । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର