ପାରାଦ୍ୱୀପ ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ରବିବାରଦ ଦିନ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଏକ ଦିନିକିଆ ପାରାଦ୍ୱୀପଗସ୍ତ ଅବସରରେ ପାରାଦ୍ୱୀପ ପ୍ରେସ୍ ମିଡିଆର ପ୍ରତିନିଧି ଦଳ ମାନ୍ୟବର ମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କର୍ମକ୍ଷେତ୍ରରେ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପାରାଦ୍ୱୀପ ପ୍ରେସ୍ ମିଡିଆ ସଙ୍ଘର ଏକ ଜରୁରୀ ବୈଠକ ସାଧାରଣ ସମ୍ପାଦକ ରତ୍ନାକର ଜେନାଙ୍କ ଆବାହକତ୍ୱରେ ଡକାଯାଇଥିଲା । ଏଥିରେ ସଙ୍ଘର ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ ସଭାପତିତ୍ୱ କରିଥିବା ବେଳେ ବୈଠକରେ ୭୦ରୁ ଉଦ୍ଧ କାର୍ଯ୍ୟରତ ସାମ୍ବାଦିକ ଯୋଗଦେଇଥିଲେ । ଏଥିରେ ସର୍ବସମ୍ମତି କ୍ରମେ ୩ଟି ପ୍ରସ୍ତାବ ମାନ୍ୟବର ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା । ଏହି ଦାବି ଗୁଡିକ ହେଲା ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା , ରାଜ୍ୟ ସରକାର ପ୍ରଚଳନ କରିଥିବା ସ୍ୱସ୍ଥ୍ୟ ବିମା ଯୋଜାନରେ ଘରର ମୁରବୀ ଓ ବାପ ମାଙ୍କୁ ସାମିଲି କରିବା ଏବଂ ଦୀର୍ଘ ବର୍ଷ ହେଲା ସାମ୍ବାଦିକ ମାନଙ୍କ ପାଇ ପେନସନ ଯୋଜନା କାର୍ଯ୍ୟକାରୀ କରିବା । ଏହି ଦାବି ଗୁଡିକ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ପ୍ରେସ ମିଡିଆ ସଙ୍ଘର ସଭାପତି ଶ୍ରୀ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଶ୍ରୀ ଜେନା ଓ ବରିଷ୍ଠ ସାମ୍ବାଦିକ ପ୍ରତିନିଧି ମାନଙ୍କ ସହିତ ମନଖୋଲା ଆଲୋଚନା କରି ଏ ବାବଦରେ ସହୃଦୟତା ସହ ବିଚାର କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନାରେ ବରିଷ୍ଠ ସାମ୍ବାଦିକ ଧୃବଚରଣ ମହାପାତ୍ର, ବିଶ୍ୱନାଥ ବଳ, ସଞ୍ଜିବ ମିଶ୍ର, ରବିନ୍ଦ୍ର ଜେନା, ଅରୁଣ ଓଝା, ପଂଚାନନ ବେହେରା, ନରେଶ ବାରିକ, ପୁରୁଶୋତମ ଶତପଥି, ଜ୍ଞାନଞ୍ଜୟ ମହାନ୍ତି, ରଶ୍ମୀରଞ୍ଜନ ରାଉରତାୟରାୟ, ନାରାୟଣ ବେହେରା, ଲାଲା ବିନୟ କୁମାର ରାୟ, ସ୍ୱାଧୀନଚେତା ଦାସମହାପାତ୍ର, ବିଶ୍ୱନାଥ ରାଉତ, ନିରଞ୍ଜନ ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ପୃଷ୍ଠି, ମନୋରଞ୍ଜନ ଭୋଇ ପ୍ରମୁଖ ବହୁ ସାମ୍ବାଦିକମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର
