ବୌଦ୍ଧ , ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ଏକ ସଡ଼କ ଦୁର୍ଘଟଣା ରେ ବୌଦ୍ଧ ଏଡ଼ିଏମ ରମାକାନ୍ତ ସେଠୀଙ୍କର ଆକସ୍ମିକ ମୃତ୍ୟୁ ଘଟିଛି । ମିଳିଥିବା ତାଜା ସୂଚନା ଅନୁସାରେ ଶ୍ରୀ ସେଠୀ ଭୁବନଶ୍ୱରରୁ ସରକାରୀ କାର୍ଯ୍ୟ ସାରି ଏକ କାର ରେ ବୌଦ୍ଧ ଫେରୁଥିଲେ । ୫୭ ନମ୍ବର ଜାତୀୟ ରାଜପଥର କଲରାପଥ ନିକଟ ଚାରିଛକ ଠାରେ କାର ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟିହୋଇଯାଇଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସପିଟାଲ ରେ ଭର୍ତି କରାଯାଇଥିଲା । ହେଲେ ହସପିଟାଲ ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଓଡ଼ିଶା ସମାଚାର