Tuesday , October 26 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ସ୍ତ୍ରୀ ର କଟା ମୁଣ୍ଡ ଧରି ଥାନାରେ ପହଂଚିଲେ ସ୍ୱାମୀ

ସଂକ୍ଷେପରେ ତାଜା ଖବର : ସ୍ତ୍ରୀ ର କଟା ମୁଣ୍ଡ ଧରି ଥାନାରେ ପହଂଚିଲେ ସ୍ୱାମୀ

ପୁରୀ,୨୬/୦୮/୨୦୧୯(ଓଡ଼ିଶା ସମାଚାର)-ସ୍ତ୍ରୀ ର କଟା ମୁଣ୍ଡ ଧରି ଥାନାରେ ପହଂଚିଲେ ସ୍ୱାମୀ । ଏଭଳି ଜଘନ୍ୟ ହତ୍ୟା କାଣ୍ଡ ଘଟିଛି ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁହାଁ ଗାଁ ରେ । ମିଳିଥିବା ସୂଚନା ଅନୁସାରେ ଗଣେଷ ବେହେରା ଚେନ୍ନାଇ ର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । କିଛିଦିନ ତଳେ ସେ ଗାଁ କୁ ଆସିଥିଲା । ତେବେ ଗାଁ କୁ ଆସିବା ପରେ ସ୍ତ୍ରୀ ର ଚରିତ୍ର ଉପରେ ସନ୍ଦେହ କରିଥିଲା । ସ୍ତ୍ରୀ ଅନପୂର୍ଣ୍ଣାର ଅନ୍ୟ ପୁରୁଷ ସହିତ ସମ୍ପର୍କ ଥିବା ସନ୍ଦେହ କରି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗୁଥିଲା । ରବିବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ ଟା ବେଳେ ଉଭୟଙ୍କ ମଧ୍ୟରେ ଲାଗିଥିବା ଝଗଡ଼ା ଉଗ୍ର ରୂପ ଧରିଥିଲା । କୌଣସି ଧାରୁଆ ଅସ୍ତ୍ରରେ ସ୍ୱାମୀ ଗଣେଷ ତା ସ୍ତ୍ରୀ ଅନ୍ନପୂର୍ଣ୍ଣାକୁ ହାଣି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲା । ସୋମବାର ସକାଳେ ସ୍ତ୍ରୀ ର କଟା ମୁଣ୍ଡକୁ ଧରି ଗଣେଷ ପ୍ରାୟ ୮ କିଲୋମିଟର ଚାଲି ଚାଲି ଯାଇ ଅସ୍ତରଙ୍ଗ ଥାନାରେ ପହଂଚିଥିଲା । ଅସ୍ତରଙ୍ଗ ପୁଲିସ ଗଣେଷକୁ ଗିରଫ କରିଛି । ସାଇଂଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଂଚି ହତ୍ୟା କାଣ୍ଡର ତଦନ୍ତ ଚଳାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *