Saturday , October 16 2021
Breaking News
Home / ବିଶେଷ / ଶିଶୁଙ୍କ ଯତ୍ନ ସମ୍ପର୍କର ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଶିକ୍ଷଣ

ଶିଶୁଙ୍କ ଯତ୍ନ ସମ୍ପର୍କର ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଶିକ୍ଷଣ

ରଘୁନାଥପୁର, ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ଶିଶୁଙ୍କ ଯତ୍ନ ଓ ଶିକ୍ଷା ସମ୍ପର୍କରେ ରଘୁନାଥପୁର ବ୍ଲକ୍ ଆଇସିଡ଼ିଏସ ଅଧିନରେ ଥିବା ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜ୍ୟୋତି ମହାସଂଘ ସଭା କକ୍ଷରେ ଆୟୋଜିତ ଏହି ଶିବିରକୁ ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ ଉଦଘାଟନ କରି ପିଲା ଟିଏ ଜନ୍ମ ହେଲେ ୬ ବର୍ଷ ପର୍ଯ୍ୟନ୍ତ ତାର ସ୍ୱାସ୍ଥ୍ୟ ଓ ହସ ଖେଳର ସହିତ ଶିକ୍ଷା କିପରି ଆରମ୍ଭ କରିପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମୟ ମଧ୍ୟରେ ପ୍ରତ୍ୟେକ କର୍ମୀ ଗୃହ ପରିଦର୍ଶନ କରି ପିଲାଟିର ମା ସହିତ ଆଲୋଚନା କରିବା ଅତ୍ୟନ୍ତ ଜରୁରୀ । ମା କ୍ଷୀର ଶିଶୁ ପାଇଁ ଅପରିହାର୍ଯ୍ୟ । ସେଥିପାଇଁ ମା ମାନଙ୍କୁ ବୁଝାଇବା ସହିତ ମମତା ଦିବସରେ ମା ମାନେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିବା ପାଇଁ ପରାମର୍ଶ ଦେବା ପାଇଁ ସିଡ଼ିପିଓ ପରାମର୍ଶ ଦେଇଥିଲେ । ଶିଶୁ ର ସ୍ୱାସ୍ଥ୍ୟ ପରୀକ୍ଷା ଓ ନିୟମିତ ଓଜନ ମାପିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା ଶିଶୁଙ୍କୁ କର୍ମୀମାନେ ନାଚ ଗୀତ ଓ ଖେଳ କୁଦରେ ସୁନ୍ଦର ଛବି ଦେଖାଇ ଶିକ୍ଷା ପ୍ରତି ଆକୃଷ୍ଟ କରାଇବେ । ଶିଶୁଙ୍କ ବୌଦ୍ଧିକ ବିକାଶ ଓ ମାନସିକସ୍ତରରେ ଉନ୍ନତି ଆଣିବା ପାଇଁ ଶିକ୍ଷା ଦିଆଯାଇଈଥିବା ସମସ୍ତ ପଦ୍ଧତିକୁ ପ୍ରଦର୍ଶନ କରିବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଭୟ ଦଣ୍ଡ ଓ ଚାପ ଗ୍ରସ୍ତରୁ ଦୂରରେ ରହି ଶିଶୁ ର ଅନ୍ତର୍ନିହିତ ଗୁଣକୁ ବିକାଶ କରାଇ ପାରିଲେ ପ୍ରକୃତ ଉଦେଶ୍ୟ ସଫଳ ହୋଇ ପାରିବ ବୋଲି ସିଡ଼ିପିଓ ମତ ରଖିଥିଲେ । କୃତିବାସ ସାହୁଙ୍କ ପରିଚାଳନାରେ ସୁପରଭାଇଜର ପ୍ରମୋଦିନୀ ଦାସ, ବିଜୟଲକ୍ଷ୍ମୀ ପଣ୍ଡା, ସୁବାସ ମୋହିନୀ ସାହୁ, ସଂଯୁକ୍ତା ଦାସ,ଲିପ୍ସା ପ୍ରିୟଦର୍ଶିନୀ, ସୋନାଲି ପ୍ରିୟଦର୍ଶିନୀ କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *