– ପ୍ରଥମ ପର୍ଯ୍ୟାୟରେ ରବିନ୍ଦ୍ରମଣ୍ଡପ ଛକ ଠାରୁ ବିମାନ ବନ୍ଦର ଛକ ପର୍ଯ୍ୟନ୍ତ ‘ନୋଁ ଓଭର ଟେକିଂ’ ଜୋନ୍
ଭୁବନେଶ୍ୱର , ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ରାଜଧାନୀ ଭବନେଶ୍ୱରରେ ପ୍ରଥମ କରି ଲାଗୁ ହେଲା ‘ନୋଁ ଓଭର ଟେକିଂ’ । ରାଜଧାନୀର ସହରରେ ସର୍ବଦା ଭିଭିଆଇପି ମାନଙ୍କର ଗାଡ଼ି ଯାତାୟତ କରୁଛି । ତେଣୁ ରାଜଧାନୀରେ ପ୍ରଥମ କରି ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରବିନ୍ଦ୍ରମଣ୍ଡପ ଛକ ଠାରୁ ଏୟାରପୋର୍ଟ ବା ବିମାନ ବନ୍ଦର ଛକ ପର୍ଯ୍ୟନ୍ତ ଏହା ଲାଗୁ କରାଯାଇଛି । ଏହି ରାସ୍ତାରେ ଲୋକ ସେବା ଭବନ, ବିଧାନ ସଭା , ଏଜି ଅଫିସ ଆଦି ଥିବାରୁ ରବିନ୍ଦ୍ର ମଣ୍ଡପ ଛକ ଠାରୁ ବିମାନ ବନ୍ଦର ଛକ ପର୍ଯ୍ୟନ୍ତ ‘ନୋଁ ଓଭର ଟେକିଂ’ଜୋନ୍ ଭାବରେ ଲାଗୁ କରାଯାଇଛି । ପରେ ଏହାକୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଲାଗୁ କରାଯିବ । ‘ନୋଁ ଓଭର ଟେକିଂ’ସହିତ ଲାଇନ ଡ଼୍ରାଇଭ ବା ଧାଡ଼ି ରେ ଚଳାଚଳ ଉପରେ ଗୁରୁତ୍ୱ ଦିଆଯିବ । ଏହି ବ୍ୟବସ୍ଥାକୁ ଡ଼୍ରୋନ କ୍ୟାମେରା ଦ୍ୱାରା ନଜର ରଖାଯିବ ଓ କଡ଼ା କଡ଼ିଭାବେ ପାଳନ କରାଯିବ । ଏହି ନୀୟମ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର