Sunday , October 1 2023
Home / ସ୍ୱାସ୍ଥ୍ୟ / ମଧୁମେହ ଜନିତ ଅନ୍ଧତ୍ୱ ସଚେତନତା

ମଧୁମେହ ଜନିତ ଅନ୍ଧତ୍ୱ ସଚେତନତା

ପୁରୀ, ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରକୂଳ ଠାରେ ମଧୁମେହ ଜନିତ ଅନ୍ଧତ୍ୱ ଦୂରିକରଣ ସଂପର୍କରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଧୁମେହ ହେଲେ କିପରି ଆଖି ନଷ୍ଟ ହୁଏ ଓ ତାହାର କିପରି ଦୂରୀକରଣ କରାଯିବ, କେଉଁ ଖାଦ୍ୟ ଖାଇବ, କିପରି ଆଖି ଚିକିତ୍ସା କରିବ, ମଧୁମେହ ସଂପର୍କରେ କିପରି ସଚେତନ ହେବ ସେ ସଂପର୍କରେ ଡାକ୍ତରମାନେ ବୁଝାଇବା ସହ ସଚେତନ କରିଥିଲେ । ଚକ୍ଷୁର ଯତ୍ନ କିପରି ନେଲେ ଏହା ଦୀର୍ଘସ୍ଥାୟୀ ହୋଇପାରିବ ସେ ସଂପର୍କରେ ଅଧିକ ପ୍ରଚାରର ଆବଶ୍ୟକତା ରହିଛି । ଏହି ସଚେତନତା ଯାତ୍ରାକୁ ଶ୍ରୀଜଗନ୍ନାଥ ଧାମ ରୋଟାରୀକ୍ଲବ, ଇନରହୁଇଲ କ୍ଲବ, ଭାରତୀୟ ଭେଷଜ ସଂଘ ଦ୍ୱାରା ଆୟୋଜିତ କରାଯାଇଥିଲା । ୱାର୍କସ କ୍ଲବ ପୁରୀ ଏଥିରେ ସହଯୋଗ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀକ୍ଲବର ସଭାପତି ରୋଟାରୀଆନ୍ ପ୍ରଦୀପ କୁମାର ନାୟକ, ସଭ୍ୟ ଦେବଦତ ଷଡଙ୍ଗୀ, ଦେବରାଜ ପ୍ରଧାନ, ଡାକ୍ତର ବରେନ୍ ପଟ୍ଟନାୟକ, ଇନରହୁଇ କ୍ଲବର ସଭାପତି ଝରଣା ନାୟକ ଓ ସଂପାଦକ ନୀତୁ ଷଡଙ୍ଗୀ, ଡାକ୍ତର ବାମଦେବ ମହାନ୍ତି, ବାନାମ୍ବର ସେନାପତି ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *