Tuesday , December 7 2021
Breaking News
Home / ବିଶେଷ / ବୌଦ୍ଧରେ ଆରମ୍ଭ ହେବ ଚାଇଲ୍ଡ ଲାଇନ୍ ସେବା

ବୌଦ୍ଧରେ ଆରମ୍ଭ ହେବ ଚାଇଲ୍ଡ ଲାଇନ୍ ସେବା

ବୌଦ୍ଧ, ୨୬/୦୮/୨୦୧୯(ଓଡ଼ିଶା ସମାଚାର)-  ବୌଦ୍ଧ ଜିଲା ସମେତ ଓଡିଶାର ୬ ଟି ଜିଲାରେ ଖୁବ୍ ଶିଘ୍ର ଆରମ୍ଭ ହେବାକୁ ଯାଉଛି ଚାଇଲ୍ଡ ଲାଇନ ସେବା । ଏ ନେଇ ଜିଲାରେ ଶିଶୁ ସୁରକ୍ଷା ଉପରେ କାମ କରୁଥିବା ଅଂଶୀଦାରମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଯୋଗଦେଇ ଜିଲାପାଳ ଜିଲାର ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ସ୍କୁଲ କାନ୍ଥ ମାନଙ୍କରେ ଚାଇଲ୍ଡ ଲାଇନ ୧୦୯୮ ବିଷୟରେ ସୂଚନା ଲେଖାଯିବାର ବ୍ୟବସ୍ଥା କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ ଓ ଶିଶୁମାନଙ୍କୁ ସମସ୍ତ ପ୍ରକାର ନିର୍ଯ୍ୟାତନାରୁ ସୁରକ୍ଷା ଦେବାପାଇଁ ସମସ୍ତ ଅଧିକାରୀଙ୍କୁ ଯତ୍ନବାନ ହେବାପାଇଁ କହିଥିଲେ । ଚାଇଲ୍ଡ ଲାଇନ ଇଣ୍ଡିଆ ଫାଉଣ୍ଡେସନର କଲିକତା ସ୍ଥିତ ଆଂଚଳିକ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ଆର୍କା ଲାହା ଯୋଗଦେଇ ଚାଇଲ୍ଡ ଲାଇନ ୧୦୯୮ ସେବା ପ୍ରଦାନ ସମ୍ପର୍କରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲାପାଳ ରମାକାନ୍ତ ସେଠୀ ଯୋଗଦେଇ ପଂଚାୟତ ଏବଂ ବ୍ଲକସ୍ତରରେ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ବୈଠକ କରି ବ୍ୟାପକ ସଚେତନତା ଉପରେ ମତ ରଖିଥିଲେ । କଲିକତାରୁ ଆସିଥିବା ଆର୍କା ଲାହା କହିଥିଲେ ଯେ, ଭାରତର ଯେକୌଣସି ଫୋନ ସେବାରୁ ୧୦୯୮ ନମ୍ବରକୁ ମାଗଣାରେ କଲ୍ କରି ଚାଇଲ୍ଡ ଲାଇନ୍ ସେଂଟର ସହ ଯୋଗାଯୋଗ କରିପାରିବେ । ଚାଇଲ୍ଡ ଲାଇନ ଟିମ୍ ଶିଶୁକୁ ସହାୟତା କରିବା ନିମନ୍ତେ ତୁରନ୍ତ ପହଂଚି ଯିବେ । ଶିଶୁକୁ ଥଇଥାନ ଏବଂ ନିରନ୍ତର ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଜିଲା ଶିକ୍ଷା ଅଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକ ସର୍ବଶିକ୍ଷା ଅଭିଯାନ ବୌଦ୍ଧ, ଜିଲା ସମାଜ ମଙ୍ଗଳ ଅଧିକାରୀ, ଜିଲା ଅତିରିକ୍ତ ଚିକିସôା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ, ସଦସ୍ୟା ସଦସ୍ୟ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *