Sunday , October 1 2023
Home / ଶିକ୍ଷା / ବକେୟା ଦରମା, ଘରଭଡ଼ା ଓ ପୋଷାକ ଭତା ଦେବାକୁ  ପ୍ରାଥମିକ ଶିକ୍ଷକ ସଂଘର ଦାବି

ବକେୟା ଦରମା, ଘରଭଡ଼ା ଓ ପୋଷାକ ଭତା ଦେବାକୁ  ପ୍ରାଥମିକ ଶିକ୍ଷକ ସଂଘର ଦାବି

ଭୁବନେଶ୍ୱର ,୨୬/୦୮/୨୦୧୯(ଓଡ଼ିଶା ସମାଚାର)-ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ଘରଭଡ଼ା, ୬୦% ବକେୟା ଓ ପୋଷାକ ଭତା ତୁରନ୍ତ ପ୍ରଦାନ କରିବାକ ନୂତନ ପେନସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ସାହୁ ଦାବି କରିଛନ୍ତି । ଯଦି ସରକାର ଖୁବ୍ ଶୀଘ୍ର ଦାବି ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛନ୍ତି । ଶିକ୍ଷକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ଶ୍ରମିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଶିକ୍ଷା ଓ ଶିକ୍ଷକ ମାରଣ ନୀତିକୁ ଏହି ବୈଠକରେ ତୀବ୍ର ବିରୋଧ କରାଯାଇଥିଲା । ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ସରକାର ଶିକ୍ଷକ ନିଯୁକ୍ତି କରୁନାହାଁନ୍ତି । ଶ୍ରେଣୀ ପିଛା ଶିକ୍ଷକ, ବିଷୟଭିତିକ ଶିକ୍ଷକ, କିରାଣୀ ଓ ପିଅନ ବିଦ୍ୟାଳୟରେ ନିଯୁକ୍ତି କରାଯାଉ ନାହିଁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି ବୋଲି ସଂଘ ଅଭିଯୋଗ କରିଛି । ଗୋଟିଏ ପଟେ ସରକାର ଠିକା ଓ ଚୁକ୍ତି ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଶୋଷଣ କରୁଥିବା ବେଳେ ଅନ୍ୟପଟେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ପାଠ୍ୟପୁସ୍ତକ ଓ ଉନ୍ନତମାନର ମଧ୍ୟାହ୍ନଭୋଜନ ନ ଯୋଗାଇ ଛାତ୍ରଛାତ୍ରୀମାନଙ୍କ ଭବଷ୍ୟତ ସହ ଖେଳ ଖେଳୁଛନ୍ତି । ସରକାର ଗୃହ ବିଭାଗ କର୍ମଚାରୀ, ନର୍ସ, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ପୋଷାକ ଭତା ଦେଉଥିବା ବେଳେ ଶିକ୍ଷକମାନଙ୍କୁ ପୋଷାକ ଭତା ଦିଆଯାଉନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *