Friday , September 30 2022
Breaking News
Home / ବିଶେଷ / ନାବାଳିକାକୁ ବ୍ଲାକମେଲିଂ କରି ଯୁବକ ଗିରଫ

ନାବାଳିକାକୁ ବ୍ଲାକମେଲିଂ କରି ଯୁବକ ଗିରଫ

ଜଗତସିଂହପୁର, ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ମିସ କଲ ରୁ ପ୍ରେମ ସମ୍ପର୍କ ହୋଇ ପରେ ଭିଡିଓ କଲ ମାଧ୍ୟମରେ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲିଂ କରିବା ଅଭିଯୋଗରେ ଭଦ୍ରକର ଜଣେ ଯୁବକକୁ ଜଗତସିଂହପୁର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଜଗତସିଂହପୁର ଥାନା ଅଂଚଳର ଜଣେ ନାବାଳିକା ସହ ମିସ କଲରୁ ଭଦ୍ରକର ଲକ୍ଷ୍ମୀକାନ୍ତ ଦାସ ନାମକ ଜଣେ ଯୁବକର ପ୍ରେମ ସମ୍ପର୍କ  ଗଢି ଉଠିଥିଲା । କିଛିଦିନ ପ୍ରେମ  ଚାଲିବା ପରେ ଭିଡିଓ କଲିଂରେ କଥା ହୋଇଥିଲେ । ଭିଡିଓ କଲିଂ ସମୟରେ ଲକ୍ଷ୍ମୀକାନ୍ତ ନାବାଳିକାର ଅଶ୍ଳୀଳ ଫଟୋ ସେଭ କରି ୩/୪ଜଣଙ୍କ ମୋବାଇଲକୁ ଛାଡିବା ସହ ଫଟୋ ଭାଇରାଲ କରିବ ବୋଲି କହି ୧ଲକ୍ଷ ଟଙ୍କା ଦାବି କରିଥିଲା । ଫଳରେ ନାବାଳିକା ଜଣକ ବାଧ୍ୟହୋଇ ଘର ଲୋକଙ୍କ ଆଗରେ ସବୁ କହିଥିଲା ଓ ପରେ ସେମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଶନିବାର ପୁଲିସ ଲକ୍ଷ୍ମୀକାନ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.