ପଟ୍ଟାମୁଣ୍ଡାଇ, ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ବିଲରୁ କାମ ସାରି ନଦୀକୁ ଧୋଇ ହେବାକୁ ଯିବା ସମୟରେ ଚନ୍ଦନ ନାମକ ଯୁବକ ନିଖୋଜ ଅଛନ୍ତି । ଖବର ନେବାରେ ଜଣାପଡ଼ିଛି ଯେ, ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ ଥିବା ବ୍ରାହ୍ମଣୀନଦୀକୁ ଶୌଚ ହେବାକୁ ଯାଇ ଚନ୍ଦନ ନାମକ ଯୁବକ ଫେରି ନାହାନ୍ତି । ନଦୀ ପୂଳରେ ତାର ଜୋତା ଓ କପଡ଼ା ପଡ଼ିଥିବା ବେଳେ ତାର କୌଣସି ଖୋଜ ଖବର ମିଳୁନାହିଁ । ତାକୁ କୁମ୍ଭୀର ଟାଣି ନେଇଥିôବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ଦମକଳ ବାହିନୀ ଆସି ଖୋଜିଖୋଜି କରୁଥିବା ବେଳେ ଏ ପର୍ଯ୍ୟନ୍ତ ତାର କୌଣସି ଖବର ମିଳିନାହିଁ । ଓଡ଼ିଶା ସମାଚାର