କେନ୍ଦ୍ରାପଡା ୨୫/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ରବିବାର ସକାଳ ପ୍ରାୟ ସାଢେ୯ଟା ସମୟରେ କେନ୍ଦ୍ରାପଡା ବ୍ଲକଛକରେ ଚଢାଉ କରାଯାଇ ସେଠାରେ ମଦ ବିକ୍ରୀ କରୁଥିବା ଚୋରାମଦ ବେପାରୀ ସହରର ଚାଟରାପାଟଣା ଗ୍ରାମର ସୁରେଶ ଚନ୍ଦ୍ର ଦାସଙ୍କ ଠାରୁ ୧୫ଲିଟର ଦେଶୀମଦ ଜବତ କରିବା ସହିତ ୧୬୦/୨୦୧୯ରେ ଏକ ମାମଲା ରୁଜୁକରି ଚୋରାମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନିର୍ଦେଶରେ ଅନୁଷ୍ଠିତ ଏହି ଚଢାଉରେ ଏସ.ଆଇ ସୈାମ୍ୟରଞ୍ଜନ ଜାଲି, ଏସ.ଆଇ. ପ୍ରଜ୍ଞାଶ୍ରୀ ନାୟକ, ଏ.ଏସ.ଆଇ ଶରତ କୁମାର ବାରିକ, ମହିଳା କନେଷ୍ଟବଳ ତପିନା ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର