Friday , September 22 2023
Breaking News
Home / କୃଷି / କୃଷି ଜିଲ୍ଲାସ୍ତରୀୟ କ୍ଷେତ୍ର କର୍ମଚାରୀ ତାଲିମ ଶିବିର

କୃଷି ଜିଲ୍ଲାସ୍ତରୀୟ କ୍ଷେତ୍ର କର୍ମଚାରୀ ତାଲିମ ଶିବିର

ମାଲକାନଗିରି, ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲାର ସଦର ମହକୁମାସ୍ଥ କୃଷି ଉପନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟରେ ମକା ଫସଲର କ୍ଷତିକାରୀ କୀଟ ତଥା ଚାଷୀର ପରମଶତ୍ରୁ ଉଭାହୋଇଥିବା ‘ଫଲ ଆର୍ମି ୱାର୍ମ’ର ଚିହ୍ନଟ, ଲକ୍ଷଣ ଓ ପରିଚାଳନା ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ଜିଲ୍ଲା କୃଷି ଉପନିଦେ୍ର୍ଦଶକ ରାମଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିେ ଏବଂ ତତ୍ ସଙ୍ଗେସଙ୍ଗେ ଜିଲ୍ଲା କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ୱାଇଁ ଏବଂ ସହକାରୀ କୃଷି ଅଧିକାରୀ, ଚନ୍ଦ୍ରଶେଖର ଭୂମିଆ, ମନସ୍ୱିନୀ ମହାପାତ୍ର, ସୌମ୍ୟରଞ୍ଜନ ପାତ୍ର ତଥା ବିଭିନ୍ନ ପଂଚାୟତର ଗ୍ରାମସେବକ ତଥା ଅଗ୍ରଣୀ ଚାଷୀମାନେ ଯୋଗ ଦେଇଥିଲେ । ସର୍ବୋପରି ଓୟୁଏଟି ଭୁବନେଶ୍ୱର ଓ ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଳୟରୁ ଆସିଥିବା କୃଷି ସ୍କାଉଟ୍ ଲିଙ୍ଗରାଜ ପାଣିଗ୍ରାହୀ, ଜିତେନ୍ଦ୍ର ମୁର୍ମୁ, ରମ୍ୟରଞ୍ଜନ ମହାନ୍ତ, ଅନୁଭବ ଦାସ, ଲଛମନ ଟୁଡୁ ଏବଂ ସୂର୍ଯ୍ୟକାନ୍ତ ନାୟକ ଓ ସହକାରୀ କୃଷି ଅଧିକାରୀଙ୍କ ମିଳିତ ଉଦ୍ୟମରେ ପିକୋ ପ୍ରୋଜେକ୍ଟର ଦ୍ୱାରା ଭିଡିଓ ମାଧ୍ୟମରେ ସଚେତନ କରାଇଥିଲେ । ଏତଦବ୍ୟତୀତ କୃଷି ବୈଜ୍ଞାନିକମାନେ ମଧ୍ୟ ଯୋଗ ଦେଇଥିଲେ । କୃଷି ଉପ ନିଦେ୍ର୍ଦଶକ, କେଭିକେ ବୈଜ୍ଞାନିକ ଏବଂ ଜିଲ୍ଲା କୃଷି ଅଧିକାରୀ ନିଜର ଭାଷଣ ମାଧ୍ୟମରେ କୃଷକ ତଥା ଗ୍ରାମସେବକମାନଙ୍କୁ ସଚେତନ କରାଇଥିଲେ ଏବଂ ଜିଲ୍ଲା କୃଷି ଅଧିକାରୀ ନିଜର ଭାଷଣ ମାଧ୍ୟମରେ କୃଷକ ତଥା ଗ୍ରାମସେବକମାନଙ୍କୁ ସେଚତ କରାଇଥିଲେ ଏବଂ ବିଷାକ୍ତ କୀଟନାଶକର ନିରାପଦ ବ୍ୟବହାର ସମ୍ବନ୍ଧରେ ମଧ୍ୟ ଭାଷଣ ଦେଇଥିଲେ । ଯେହେତୁ ଏହି କୀଟର ପ୍ରାଦୁର୍ଭାବ ପ୍ରଥମକରି ଜିଲ୍ଲାରେ ଦେଖାଦେଇଛି । ତେଣୁ ଚାଷୀମାନେ ଏ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ଏବଂ ଏହି କର୍ମଶାଳା ଆଗାମୀ ଦିନମାନଙ୍କରେ ଏହି ଫଲ ଆର୍ମି ୱାର୍ମର ସଫଳ ପରିଚାଳନାରେ ସହାୟକ ହେବ ଓ ମକା ଫସଲର ଉତ୍ପାଦନ ବୃଦ୍ଧି ପାଇବ ବୋଲି କୃଷକମାନେ ମତ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *