କେନ୍ଦ୍ରାପଡା ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ଦିଲ୍ଲୀସ୍ଥିତ ତାଇକୋଟରା ଇନଡୋର ଷ୍ଟାଡିୟମରେ ଗତ ୨୩ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏମ.କେ.ଅନ୍ତର୍ଜାତୀୟ ଓପନ ତାଇକୋଣ୍ଡା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ କେନ୍ଦ୍ରାପଡାରୁ ଗତ ୨୦ତାରିଖରେ କୋଚ କିଶୋର ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ଦିଲ୍ଲୀ ଗସ୍ତ କରିଥିଲା । ସେହି ପ୍ରତିଯୋଗୀତାରେ କେନ୍ଦ୍ରାପଡାର ଖେଳାଳୀମାନଙ୍କ ମଧ୍ୟରୁ ସି.ବି.ସ୍ୱାଗତୀକା ଦାସ (୧୨) ସ୍ୱର୍ଣ୍ଣ ପଦକ,ଜ୍ୟୋତିରାଦିତ୍ୟ ସେଠୀ(୧୩) ରୈାପ୍ୟ ପଦକ,ସଦ୍ୟସ୍ମିତା ନାୟକ(୧୩) ଏବଂ ପ୍ରତୀକ୍ଷା ପରମିତା ଦାସ ବ୍ରୋଂଞ୍ଜ ପଦକ ହାସଲ କରିଥିବା ଜଣାପଡିଛି । ଏହି ପ୍ରତିଯୋଗୀତାରେ ୧୨ଟି ଦେଶରୁ ପ୍ରାୟ ଏକହଜାରରୁ ଉଦ୍ଧ୍ୱର୍ ଖେଳାଳି ଅଂଶଗ୍ରହଣ କରିଥିଲେ । ପିଲାମାନଙ୍କ ଏଭଳି ସଫଳତା ପାଇଁ ଜିଲ୍ଲା ତାଇକୋଣ୍ଡା ଆସୋସିଏସନ ସଭାପତି ଦେବାଶିଷ ପଣ୍ଡା ଶୂଭେଛା ଓ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର