ଭୁବନେଶ୍ୱର , ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ରାଜଧାନୀରେ ଫୁଟିଲା ବୋମା । ତାହା ପୁଣି ଅଟୋ ଭିତରେ । ଅଟୋ ଚାଳକ ଜି ଗୋବିନ୍ଦ ରାଓ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସପିଟାଲ ରେ ଭର୍ତି କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ରବି ଟକିଜ ଛକ ନିକଟ ବିଜେବି ନଗର – ଟଙ୍କପାଣି ରୋଡ଼ ରେ ଏହି ଘଟଣା ଘଟିଛି । ତେବେ କେମିତି ଏହି ବୋମା ଫୁଟିଲା ତାହା ସଠିକ ଭାବେ ଜଣାପଡ଼ିନାହିଁ । ବଡ଼ଗଡ଼ ଥାନା ପୋଲିସ ପହଂଚି ଘଟଣାର ଛାନଭିନ୍ କରୁଛି । ଓଡ଼ିଶା ସମାଚାର