Wednesday , October 4 2023
Breaking News
Home / ବିଶେଷ / ରାଏସର ଖରିସାଣ ଉଚ୍ଚ ବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ 

ରାଏସର ଖରିସାଣ ଉଚ୍ଚ ବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ 

ପାଟକୁରା,୨୫/୦୮/୨୦୧୯(ଓଡ଼ିଶା ସମାଚାର)-ଆଜି ଗରଦପୁର ବ୍ଲକ୍ ଅନ୍ତର୍ଗତ  ପଳସୁଧା ଗ୍ରାମ ପଂଚାୟତ ର ରାଏସର ଖରିସାଣ ଉଚ୍ଚ ବିଦ୍ୟାଳୟରେ ପାରାଦୀପ ଶାଖା ଏଚଡ଼ିଏଫସି ବ୍ୟାଙ୍କ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପାଟକୁରା ବିଜେଡ଼ି ନେତା ସଂଜୟ ଅଗ୍ରୱାଲା ମଧ୍ୟ ଉପସ୍ଥିତ ଥିଲେ । ଏହି ଶିବିରରେ ମୋଟ ୫୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଚଡ଼ିଏଫସି ବ୍ୟାଙ୍କ  ଶାଖା ପରିଚାଳିକା ପ୍ରମୋଦିନୀ ମହାନ୍ତି,ବ୍ୟାଙ୍କର କର୍ମଚାରୀ  ସ୍ଥାନୀୟ ସରପଂଚ ଅନୁଜ କୁମାର ମହାନ୍ତି, ସମିତି ସଭ୍ୟ ସୂର୍ଯ୍ୟକାନ୍ତ ଖୁଂଟିଆ ଆଲୋକ ଦଲସିଂହ,ଦିପ୍ତିମୟୀ ସ୍ୱାଇଁ, ତାପସ ରାଉତ,ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *