ଅଧିକ ଉତ୍ପାଦନ ବୃଦ୍ଧିଦିଗରେ ଗବେଷଣାର ଆବଶ୍ୟକତା ରହିଛି : କୃଷିମନ୍ତ୍ରୀ
ଭୁବନେଶ୍ୱର ,୨୫/୦୮/୨୦୧୯(ଓଡ଼ିଶା ସମାଚାର)-କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ୬୦ ପ୍ରତିଶତରୁ ଊଦ୍ଧ୍ୱର୍ ଲୋକ ଜଡ଼ିତ ଥିବାରୁ କୃଷିର ଉନ୍ନତି କରି କୃଷକଙ୍କ ଆୟ ବହୁଗୁଣିତ କରିବା ଦିଗରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଏ ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଚାଷୀମାନଙ୍କର ଆୟ ବୃଦ୍ଧି ସହିତ ସେମାନଙ୍କର କ୍ରୟ ଶକ୍ତି ବୃଦ୍ଧି ପାଇଲେ ଅର୍ଥନୈତିକ ମାନ୍ଦାବସ୍ଥା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ସଂପ୍ରତି ଜଳବାୟୁରେ ପରିବର୍ତନ ଯୋଗୁଁ ଜଳବାୟୁ ଉପଯୋଗୀ ଫସଲ ସହିତ କୃଷି ଉଦ୍ୟୋଗ କ୍ଷେତ୍ରରେ ଯୁବକଯୁବତୀମାନଙ୍କୁ ଆଗ୍ରହୀ କରିବା ଦିଗରେ କୃଷି ବୈଜ୍ଞାନିକମାନେ ନିଷ୍ଠାପର ଉଦ୍ୟମ କରନ୍ତୁ । ଏ ଦିଗରେ ବିଶ୍ୱବିଦ୍ୟାଳୟରେ ଅଧିକ ଗବେଷଣା କରାଯାଇ ଗବେଷଣା ଲବ୍ଧ ଜ୍ଞାନକୁ ସିଧାସଳଖ •ଷୀମାନଙ୍କ ନିକଟରେ ପହଂଚାଇବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ୨୦୦୦ ମସିହାଠାରୁ ରାଜ୍ୟରେ ଶସ୍ୟ ଉତ୍ପାଦନ ସହତ ମାଛ, ମାଂସ, ଦୁଗ୍ଧ, ଅଣ୍ଡା ଆଦିରେ ଉଲ୍ଲେଖନୀୟ ଉତ୍ପାଦନ ବୃଦ୍ଧି ପାଇଥିଲେ ହେଁ ସାଧାରଣ ଲୋକଙ୍କର ପୁଷ୍ଟିକର ଖାଦ୍ୟର ବର୍ଦ୍ଧିତ ଚାହିଦା ମେଂଟାଇବା ପାଇଁ ଆହୁରି ଅଧିକ ଉତ୍ପାଦନ ବୃଦ୍ଧି କିପରି ହୋଇପାରିବ ସେ ଦିଗରେ ଗବେଷଣାର ଆବଶ୍ୟକତା ରହିଛି । ଭାରତବର୍ଷର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଭାବରେ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ ସ୍ଥାପନ କରାଯାଇଥିବାବେଳେ ଆଗାମୀ ଦିନରେ ଅଧିକ ଉଲ୍ଲେଖନୀୟ ସଫଳତା ଆଣି ଏହାକୁ ଭାରତବର୍ଷର ଏକ ଉକ୍ରର୍ଷ କୃଷି ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ମନ୍ତ୍ରୀ ଡ. ସାହୁ ଆହ୍ୱାନ ଦେଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପୱନ କୁମାର ଅଗ୍ରୱାଲ୍ ଉତ୍ସବରେ ପୌରୋହିତ୍ୟ କରି କହିଲେ ଯେ ପ୍ରତିଷ୍ଠା ହେବା ଦିନଠାରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିକଶିତ ଅଧିକ ଅମଳକ୍ଷମ ବିହନ ଓ ଉନ୍ନତ ମାନର କୃଷି ଯନ୍ତ୍ରପାତି ଓଡ଼ିଶା ତଥା ବାହାର ରାଜ୍ୟର କୃଷକମାନଙ୍କ ଦ୍ୱାରା ଆଦୃତ ହୋଇିଛି । ଏଥି ସହିତ ପାଣିପାଗ ଏବଂ ଫସଲରେ ରୋଗପୋକ ପ୍ରତିଷେଧକ ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିୟମିତ କୃଷକମାନଙ୍କୁ ପରାମର୍ଶ ଦିଆଯାଉଛି ବୋଲି କୁଳପତି କହିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ପୂର୍ବତନ ଉପମହାନିଦେ୍ର୍ଦଶକ ତଥା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ ସ୍ୱପନ କୁମାର ଦତ ଅଭିଭାଷଣ ପ୍ରଦାନ କରିବା ଅବସରରେ କୃଷି କ୍ଷେତ୍ରରେ ବାୟୋଟେକ୍ନୋଲୋଜିର ସଫଳ ପ୍ରୟୋଗ କରି କିପରି ଉତ୍ପାଦନ ବୃଦ୍ଧି ଓ କୃଷକମାନଙ୍କର ଆୟ ବୃଦ୍ଧି କରାଯାଇପାରିବ ସେ ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ଏଥି ସହିତ ବର୍ତମାନ ସାରା ବିଶ୍ୱରେ ମୃତିକାର ଉର୍ବରତା ଶକ୍ତି ବୃଦ୍ଧି ଓ ଜୈବିକ କୃଷି ନିମନ୍ତେ ବ୍ରାଉନ ରିଭଲୁ୍ୟସନ୍ ଉପରେ ଗୁରୁତ୍ୱ ଦିଆଯାଉଥିବା କଥା କହିଥିଲେ । ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ କୃଷକମାନଙ୍କ ସହିତ ସିଧାସଳଖ ଯୋଡ଼ିହୋଇ ସେମାନଙ୍କୁ ଆବଶ୍ୟକୀୟ କୃଷି ସେବା ଯୋଗାଇଦେବାପାଇଁ ବିଭାଗ ଅନେକଗୁଡ଼ିଏ ପଦକ୍ଷେପ ନେଇଛି । ଏଥି ସହିତ ପୁଷ୍ଟିକର ଖାଦ୍ୟ ଉପରେ ସଂପ୍ରତି ଗୁରୁତ୍ୱ ଦିଆଯାଉଥିବା ଦୃଷ୍ଟିରୁ ଫସଲରେ ବିବିଧିକରଣ ଆଣିବା ଆବଶ୍ୟକ ହୋଇପଡ଼ିଛି ବୋଲି ଡ. ଗର୍ଗ କହିଛନ୍ତି ।ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉକ୍ରର୍ଷ ଲାଭ କରିଥିବା କୃଷିଉଦ୍ୟୋଗୀ, କୃଷକ ଓ କୃଷିଜୀବୀ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଶ୍ରେଷ୍ଠ ମହିଳା ବୈଜ୍ଞାନିକ, ଶ୍ରେଷ୍ଠ ସଂପ୍ରସାରଣ ବିଜ୍ଞାନୀ, ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଏଥି ସହିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ପୁସ୍ତକ ଓ ସମାଚାର ପତ୍ର ଲୋକାର୍ପିତ ହୋଇଥିଲା । ପ୍ରାରମ୍ଭରେ ଭୁବନେଶ୍ୱର ସ୍ଥିତ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୁମ୍ଭକର୍ଣ୍ଣ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୁଳସଚିବ ଶ୍ରୀମତୀ ସୁଷମାରାଣୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଷ୍ଠା ଦିବସରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କୃଷକ, ଭାରତୀୟ କୃଷି ଗବେଷଣା ପରିଷଦ ଅଧୀନସ୍ଥ ବିଭିନ୍ନଜ୍ଞବେଷଣା ସଂସ୍ଥାର ନିଦେ୍ର୍ଦଶକ, ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି, ନିଦେ୍ର୍ଦଶକ, କୃଷି ବୈଜ୍ଞାନିକ, ଛାତ୍ରଛାତ୍ରୀ ଏବଂ ଗବେଷଣା ସଂସ୍ଥା ଓ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର
