Thursday , May 26 2022
Breaking News
Home / ବିଶେଷ / ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ

ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ

ସମ୍ବଲପୁର, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଉପରମୁଣ୍ଡରେ ବର୍ଷାର ପରିମାଣ କମିଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିଯାଇତିବା ବେଳେ ଭଣ୍ଡାରର ସବୁ ଗେଟ୍ ବନ୍ଦ କରାଯାଇଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୯.୬୫ ପୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୬୧ ହଜାର ଜଳ ପ୍ରବେଶ କରୁଛି । ଧୀରେ ଧୀରେ ଜଳ ପ୍ରବାହ କମିବାରୁ ପର୍ଯ୍ୟାୟ କ୍ରମେ ଗେଟ୍ ବନ୍ଦ କରାଯାଇଥିଲା । ଉପରମୁଣ୍ଡରେ ବର୍ଷାର ପରିମାଣ ବଢ଼ିଥିବାରୁ ଗତ ୧୬ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ସର୍ବାଧିକ ୨୦ଟି ଗେଟ୍ ଯୋଗେ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *