Saturday , October 16 2021
Breaking News
Home / ବିଶେଷ / ସାଲେପୁରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ

ସାଲେପୁରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ

ସାଲେପୁର, ୨୪/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା ): ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଦିନକୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପବିତ୍ର ଜନ୍ମାଷ୍ଟମୀ ଭାବେ ପାଳିତ ହୋଇଥାଏ । ସାଲେପୁରରେ ଜନ୍ମାଷ୍ଟମୀ ଉତ୍ସବ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି । ଶୁକ୍ରବାର ସକାଳୁ ଜନ୍ମାଷ୍ଟମୀ ପାଇଁ ସାଲେପୁର ଅଂଚଳରେ ଥିବା ଦେବ ଦେବୀଙ୍କ ମନ୍ଦିରେ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଥିଲା । ଲଗାଣ ବର୍ଷା ହେଉଥିଲେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁମାନେ ବର୍ଷାରେ ଭିଜିଭିଜି ଦେବା ଦେବୀଙ୍କ ମନ୍ଦିରକୁ ଯାଉଥିବା ଦେଖିବାକୁ ମିଳିଥିଲା । ସଂନ୍ଧ୍ୟା ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହରିଜନ୍ମ ବହି ପଢ଼ାଯିବା ସହ ଭଜନ କୀର୍ତନ ହୋଇଥିଲା । ଓଷା କରିଥିବା ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତିରେ ପୂଜାର୍ଚ୍ଚନା ସାରି ପ୍ରସାଦ ସେବନ କରିଥିଲେ । ଜନ୍ମାଷ୍ଟମୀ ଉପଲକ୍ଷେ କେତେକ ସ୍ଥାନରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଲେପୁର ବ୍ଲକ୍ ସଉରୀ ପଂଚାୟତର କିଶିନାପୁରରେ ବିରାଜିତ ପ୍ରଭୁ ଚାଟେଶ୍ୱରଙ୍କ ପୀଠରେ ଜନ୍ମାଷ୍ଟମୀ ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା । ଶହଶହ ଶ୍ରଦ୍ଧାଳୁ ଉପସ୍ଥିତ ରହି ପୂଜାର୍ଚ୍ଚନା କରି ଆର୍ଶିବାଦ ଭିକ୍ଷା କରିଥିଲେ । ସେହିପରି ସାଲେପୁରର ମାଛୁଆତି ଠାରେ ଜନ୍ମାଷ୍ଟମୀ ଉସôବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *