Wednesday , October 27 2021
Breaking News
Home / ରାଜନୀତି / ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନଙ୍କ ସମେତ ସମସ୍ତ ରାଜନୈତିକ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ସମାନ ସୁବିଧା ସୁଯୋଗ ଦିଆଯାଉ : ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି

ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନଙ୍କ ସମେତ ସମସ୍ତ ରାଜନୈତିକ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ସମାନ ସୁବିଧା ସୁଯୋଗ ଦିଆଯାଉ : ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି

ଭୁବନେଶ୍ୱର , ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ସ୍ୱାଧୀନ ପ୍ରାର୍ଥୀମାନଙ୍କ ସମେତ ବିଭିନ୍ନ ଅଣସ୍ୱୀକୃତିପ୍ରାପ୍ତ ରାଜନୈତି ଦଳଗୁଡ଼ିକର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡ଼ିକ ପ୍ରାର୍ଥୀ ଓ ପ୍ରାର୍ଥିନୀ ପାଉଥିବା ସମସ୍ତ ସୁବିଧା ସୁଯୋଗ ଓ ନିର୍ବାଚନ ଖର୍ଚ୍ଚ ଦେବାରେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଥିବାରୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯାଇଛି । ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କୁ ପର୍ଯ୍ୟାପ୍ତ ନିର୍ବାଚନ ଖର୍ଚ୍ଚ ଓ ରାଜନୈତିକ ଚାନ୍ଦା ମିଳୁଥିବା ବେଳେ ସ୍ୱାଧୀନ ପ୍ରାର୍ଥି ଓ ପାର୍ଥିନୀମାନଙ୍କୁ ଏବଂ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ସାଂସଦ, ବିଧାୟକ, ବିଧାୟିକା ପ୍ରାର୍ଥିୀ ଓ ପ୍ରାର୍ଥିନୀମାନଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ଆବଶ୍ୟକୀୟ ରାଜନୈତିକ ଚାନ୍ଦା ମିଳୁନଥିବାରୁ ଉପଯୁକ୍ତ ପ୍ରତିଦ୍ୱନ୍ଦିତା ହୋଇପାରୁ ନାହିଁ । ଅଧିକ ଖର୍ଚ୍ଚ କରୁଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ଅଧିକ ଭୋଟ ପାଉଛନ୍ତି ଏପରିକି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କୁ ଭୋଟର ଲିଷ୍ଟ, ବୁଥ୍ ଲିଷ୍ଟ ଇତ୍ୟାଦି ମାଗଣାରେ ମିଳୁଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଓ ପ୍ରାର୍ଥିନୀ ଏବଂ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କୁ ଚଢା ଦରରେ କିଣିବାକୁ ପଡୁଛି । ଏତଦ୍ବ୍ୟତୀତ ଶତପ୍ରତିଶତ ଭୋଟ ଦାନ ପାଇଁ ଏବଂ ଶତପ୍ରତିଶତ ହିଂସାମୁକ୍ତ ନିର୍ବାଚନ ପାଇଁ ସରକାର ଓ ଭାରତ ନିର୍ବାଚନ କମିଶନ ଏପର୍ଯ୍ୟନ୍ତ କୌଣସି ସ୍କିମ୍ କାର୍ଯ୍ୟକାରୀ ନ କରିବା ଦୁର୍ଭାଗ୍ୟଜନକ ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସଭାପତି ରମେଶ ରାଉତ ଏକ ପ୍ରେସ୍ ବିବୃିରେ କହିଛନ୍ତି । ଗଣତନ୍ତ୍ରର ସୁରକ୍ଷା ପାଇଁ ନିର୍ବାଚନମାନଙ୍କରେ ଶତପ୍ରତିଶତ ଭୋଟଦାନ ଏବଂ ଶତପ୍ରତିଶତ ହିଂସାମୁକ୍ତ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ବ୍ୟାପକ ଜନ ଆନ୍ଦୋଳନ କରିବ ବୋଲି ଶ୍ରୀ ରାଉତ ଘୋଷଣା କରିଛନ୍ତି । ଏତଦବ୍ୟତୀତ ୧୬ ବର୍ଷ ଓ ତଦୁର୍ଦ୍ଧ ଯୁବକ ଯୁବତୀମାନଙ୍କୁ ଭୋଟଦାନ ଅଧିକାର ଦେବାକୁ ମଧ୍ୟ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସାଲେପୁର  କଂଗ୍ରେସଦଳ  ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ବହିଷ୍କାର ଦାବି ରେ ବିକ୍ଷୋଭ

 ସାଲେପୁର,୨୫/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଦାବିରେ …

Leave a Reply

Your email address will not be published. Required fields are marked *