Friday , October 22 2021
Breaking News
Home / ବିଶେଷ / ସରସ୍ୱତୀ ଶିଶୁମନ୍ଦିରରେ ଜନ୍ମାଷ୍ଟମୀ,ଲକ୍ଷଣାନନ୍ଦ ସରସ୍ୱତୀ ଙ୍କ ଶ୍ରାଦ୍ଧଦିବସ ପାଳିତ

ସରସ୍ୱତୀ ଶିଶୁମନ୍ଦିରରେ ଜନ୍ମାଷ୍ଟମୀ,ଲକ୍ଷଣାନନ୍ଦ ସରସ୍ୱତୀ ଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନ,୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଭୁବନ ସରସ୍ୱତୀ ଶିଶୁମନ୍ଦିରରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ଏକାଦଶ ତମ ପୂଣ୍ୟତିଥି (ଶ୍ରାଦ୍ଧ ଦିବସ) ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଲତା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୫୦ ରୁ ଉଦ୍ଧ୍ୱର୍ ଶିଶୁ ରାଧା,କୃଷ୍ଣ,ନନ୍ଦ,ଯଶୋଦା,ସୁଦାମା ଆଦି ବେଶରେ ସଜ୍ଜିତ ହୋଇଥିଲେ ।ଏହି ଅବସରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ପୂଣ୍ୟତିଥି (ଶ୍ରାଦ୍ଧ ଦିବସ) ପାଳନ କରାଯାଇଥିଲା । “ଶ୍ରୀହରି କଥା “ପ୍ରବଚକ ତଥା ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନ୍ମାଷ୍ଟମୀକୁ ଉଦଘାଟନ କରିବା ସହିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । ସମସ୍ତ ଗୁରୁଜୀ,ଗୁରୁମା ସକ୍ରିୟ ଅଂଶଗ୍ରହଣ କରିଥିଲେ । ଅନୁରୂପ ଭାବେ ଅନ୍ୟ ବେସରକାରୀ ବିଦ୍ୟାଳୟ ମାନଙ୍କରେ ମଧ୍ୟ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । କୁନିକୁନି ଶିଶୁମାନେ ରାଧା କୃଷ୍ଣ ବେଶରେ ସହର ପରିକ୍ରମା କରିଥିଲେ ।    ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *