Tuesday , October 19 2021
Breaking News
Home / ଶିକ୍ଷା / ଶ୍ରେଣୀଗୃହରୁ ନାଗସାପ ଉଦ୍ଧାର

ଶ୍ରେଣୀଗୃହରୁ ନାଗସାପ ଉଦ୍ଧାର

ଭଦ୍ରକ, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ହଳଦୀଡ଼ିହ ବାଇପାସ ନିକଟବର୍ତୀ ମିର୍ଜାପୁର ନାଥସାହି ସ୍କୁଲରେ ସାପ ଆତଙ୍କ ଦେଖାଦେଇକ୍ତି । ବିଦ୍ୟାଳୟର ୫ମ ଶ୍ରେଣୀ ଗୃହ ମଧ୍ୟରୁ ଏକ ବଡ଼ ନାଗସାପକୁ ଉଦ୍ଧାର କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମୀପ୍ରଭା ସ୍ୱାଇଁଙ୍କ କହିବାନୁଯାୟୀ ଉକ୍ତ ବିଦ୍ୟାଳୟର ଏହି ଶ୍ରେଣୀଗୃହ ପୁରୁଣା ହୋଇଯାଇ ଥିବାବେଳେ, ଏହାର ଚଟାଣ ଭାଙ୍ଗିରୁଜି ଯାଇଛି । ଗତକାଲି ଅପରାହ୍ନରେ ପିଲାମାନେ ଚଟାଣ ମଧ୍ୟରେ କିଛି ଥିବା ଦେଖି ଏକ ବାଡ଼ି ଗାତରେ ପୁରାଇ ଦେବାରୁ ସାପଟି ଗର୍ଜନ କରି ବାହାରି ଆସିଥିଲା । ଫଳରେ ଛାତ୍ରଛାତ୍ରୀମାନେ ଭୟରେ ବାହାରକୁ ଦୌଡ଼ି ପଳାଇ ଆସି ତାଙ୍କୁ ଖବର ଦେଇଥିଲେ । ଏହି ଚଟାଣ ତଳେ ଆଉ ସାପ ଅଛନ୍ତିକି ନାହିଁ ଖୋଜିବା ପରେ କୋଠରୀର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଇନ୍ଦୁପୁର ହାଇସ୍କୁଲ ପୂରାତନ ଛାତ୍ର ସଂସଦର ବନ୍ଧୁ ମିଳନ ଓ ଆଲୋଚନା ଚକ୍ର

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ହାଇସ୍କୁଲ ସମ୍ମିଳନୀ କକ୍ଷରେ ସଂସଦର କାର୍ୟ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଜେନାଙ୍କ …

Leave a Reply

Your email address will not be published. Required fields are marked *