Friday , October 22 2021
Home / ତାଜା ଖବର / ଲକ୍ଷାଧିକ ଟଙ୍କାର ଚନ୍ଦନକାଠ ଜବତ, ୩ ଗିରଫ

ଲକ୍ଷାଧିକ ଟଙ୍କାର ଚନ୍ଦନକାଠ ଜବତ, ୩ ଗିରଫ

ପାରଳାଖେମୁଣ୍ଡି, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଲାବାଣ୍ୟଗଡ଼ ଅଂଚଳରେ ଥିବା ରକ୍ତ ଚନ୍ଦନ ବଣରୁ ଚନ୍ଦନକାଠ ଚାଲାଣ ହେଉଥିବା ବେଳେ ପୁଲିସ ୩ ଜଣକୁ ଗିରଫ କରିବା ସହ ୪ଟି ରକ୍ତଚନ୍ଦନ କାଠ ଜବତ କରିଛି । ଏହି କାଠ ଦିଲ୍ଲୀ ଚାଲାଣ ହେଉଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗୁରୁବାର ସୀମାନ୍ତବର୍ତୀ ଆନ୍ଧ୍ର ରାଜ୍ୟର ମିଳିଆପୁଟିରେ ପୁଲିସ ଯାଂଚ କରୁଥିବା ବେଳେ ଏକ ବିଶେଷ ସୂତ୍ରରୁ ଖବରପାଇ ସ୍ୱିଫ୍ଟ ଡିଜାଇର ଗାଡ଼ିକୁ ଅଟକାଇଥିଲେ । ଗାଡ଼ିରୁ ଚୋରା ଚନ୍ଦନ କାଠ ମିଳିଥିଲା । ସେହିଭଳି ଗାଡ଼ି କାଗଜପତ୍ର ଦେଖାଇବାରେ ଡ୍ରାଇଭର ବିଫଳ ହେବାରୁ ପୁଲିସ ସେମାନଙ୍କୁ ପଚରାଉଚରା କରିଥିଲା । ସେମାନେ ଏହି ଗଣ୍ଡିଗୁଡ଼ିକ ଗଜପତି ଜିଲ୍ଲା ଲାବାଣ୍ୟଗଡ଼ ଜଙ୍ଗଲରୁ ଆଣିଥିବା ଏବଂ ଏହାକୁ ଦିଲ୍ଲୀ ପଠାଇବାପାଇଁ ବିଶାଖାପାଟଣା ନେଉଥିବା ପୁଲିସ ନିକଟରେ  ସ୍ୱୀକାର କରିଥିଲେ । ଗାଡିରେ ଥିବା ୩ଜଣଙ୍କୁ ପୁଲିସ ଗିରଫ କରିବା ସହ ଚନ୍ଦନ କାଠ ଓ କାରକୁ ଜବତ କରି ଅନୁସନ୍ଧାନ ଜାରି ରଖିଛି । ଜବତ କାଠର ଓଜନ ପ୍ରାୟ ୨୦୬କିଲୋ ହୋଇଥିବାବେଳେ ଏହା ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *