ତାରପୁର,୨୪/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଦେବାଶିଷ ସାମନ୍ତରାୟଙ୍କୁ ଜଗତସିଂହପୁର ଜିଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ଫଳରେ ଜିଲାରେ ସରକାରଙ୍କ ପ୍ରତ୍ୟେକ ଯୋଜନା ଗ୍ରାମାଂଚଳର ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚିବା ସହିତ ତୃଣମୂଳ ସ୍ତରରେ ବିଜୁ ଜନତା ଦଳ ଅଧିକ ସୁଦୃଢ଼ ଓ ସଂଗଠିତ ହୋଇ ପାରିବ ବୋଲି ଆଶା ପ୍ରକଟ କରାଯାଇଛି । ରଘୁନାଥପୁର ବ୍ଲକ୍ ବିଜେଡ଼ି ପକ୍ଷରୁ ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ, ପୂର୍ବତନ ବ୍ଲକ୍ ବିଜେଡ଼ି ସଭାପତି ସରୋଜକାନ୍ତ ସ୍ୱାଇଁ, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ପୂର୍ବତନ ସମିତି ସଭ୍ୟ ତାରାକାନ୍ତ ଜେନା, ଚୌଧୁରୀ ଇନ୍ଦୁଭୁଷଣ ଲେଙ୍କା, ତପନ ସାମଲ, ବସନ୍ତ ମହାନ୍ତି ପ୍ରମୁଖ ଶ୍ରୀଯୁକ୍ତ ସାମନ୍ତରାୟଙ୍କୁ ଶୁଭେଛା ଜଚ୍ଚାଇବା ସହିତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର