ଭୁବନ,୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଭୁବନ ନଗର ମଣ୍ଡଳ ବିଜେପି ତରଫରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ଏକାଦଶ ତମ ପୂଣ୍ୟତିଥି ବଳିଦାନ ଦିବସ ପାଳିତ ହୋଇଯାଇଛି । ନଗର ମଣ୍ଡଳ ସଭାପତି ଭବାନୀଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବଳିଦାନ ଦିବସ କାର୍ଯ୍ୟକ୍ରମରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶତୃଘ୍ନଜେନା ଙ୍କ ସମେତ ପ୍ରେମାନନ୍ଦ ଜେନା, ମାତୃ ପ୍ରସାଦ ନନ୍ଦ, ଗଣେଶ୍ୱର ନାୟକ, ମାୟାଧର ଗୁରୁ, ପବିତ୍ରସାହୁ, ମନମୋହନ ନାୟକ, ଚୈତନ୍ୟ ପୃଷ୍ଟି, ଜୁବୁଲି ପୃଷ୍ଟି, ଚୈତନ୍ୟ ବେହେରା, ଗଣେଶ୍ୱରସାହୁ, ଅରୁଣସାହୁ, ଅଜୟ କୁମାରସାହୁ, ଦୀପକବେହେରା, ରଂଜନ ବେହେରା, ଦିପନ ପୃଷ୍ଟି, ଅନନ୍ତ ସାହୁ, ନନ୍ଦ କିଶୋର ପାତ୍ର ପ୍ରମୁଖ ଉପସ୍ଥିତ ରହି ଲକ୍ଷଣାନନ୍ଦ ସରସ୍ୱତୀଙ୍କ ସ୍ମୃତି ଚାରଣ କରିଥିଲେ । ଓଡ଼ିଶା ସମାଚାର
Check Also
ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ
ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …