Tuesday , October 19 2021
Breaking News
Home / ତାଜା ଖବର / ବେଦାନ୍ତ ଗେଟ ସାମ୍ନାରେ ସଂଘର୍ଷ ଘଟଣା ରେ ଗିରଫ ହୋଇଥିବା ଯୁବକ ର ମୃତ୍ୟୁ – ଶାନ୍ତି ଭଙ୍ଗ ଆଶଙ୍କାରେ ଅଂଚଳରେ ୧୪୪ ଧାରା ଜାରି

ବେଦାନ୍ତ ଗେଟ ସାମ୍ନାରେ ସଂଘର୍ଷ ଘଟଣା ରେ ଗିରଫ ହୋଇଥିବା ଯୁବକ ର ମୃତ୍ୟୁ – ଶାନ୍ତି ଭଙ୍ଗ ଆଶଙ୍କାରେ ଅଂଚଳରେ ୧୪୪ ଧାରା ଜାରି

କଳାହାଣ୍ଡି, ୨୪/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ମୂଖ୍ୟ ଫାଟକରେ ସାଧାରଣ ଜନତା ଓ ବେଦାନ୍ତ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଏହା ଶେଷରେ ଉଗ୍ରରୁପ ଧାରଣ କରି କମ୍ପାନୀ ପୋଡାଜଳା ହେବାସହ ଲାଠିଚାର୍ଜ ମଧ୍ୟ କରାଯାଇଥିଲା । ଏଥିରେ ଜଣେ ବେଦାନ୍ତ ସୁରକ୍ଷା କର୍ମୀ (ୱାଏସଏଫ୍ ମେଜର) ର ମୃତ୍ୟୁ ହେବା ସହ ଛତ୍ରପୁର ଗ୍ରାମର ବେଦାନ୍ତ ଶ୍ରମିକ ଦାନିବାତ୍ରାର ମଧ୍ୟ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୨୯ ଜଣଙ୍କୁ ସିସିଟିଭି ଆଧାରରେ ଗିରଫ କରି ଜେଲ ପଠାଇଥିବା ବେଳେ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ରେଙ୍ଗୋପାଲି ଗ୍ରାମର ପଟ୍ଟନାୟକ ହରିଜନ (୪୫) ଏହି ଘଟଣାରେ ପୋଲିସ ଗିରଫ କରି ଜେଲ ପଠାଇଥିଲା । ଜେଲରେ ଗତ ୩ ଦିନ ତଳେ ପଟ୍ଟନାୟକ ହରିଜନର ଦେହ ଖରାପ ହୋଇଥିଲା । ଅତ୍ୟନ୍ତ ଗୁରୁତର ହେବାରୁ ଜେଲ କର୍ମଚାରୀ ଭବାନୀପାଟଣା ଡାକ୍ତରଖାନକୁ ନେଇଥିଲେ । ସେଠାରେ ୨ ଦିନ ରଖିବାପରେ ଡାକ୍ତର ବୁର୍ଲାକୁ ସ୍ଥାନାନ୍ତର କରିଥିଲେ । ଶୁକ୍ରବାର ଦିନ ଚିକିତ୍ସା ସମୟରେ ପଟ୍ଟନାୟକର ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିବା ବେଳେ କମ୍ପାନୀର ୨ କି.ମି. ପରିଧି ମଧ୍ୟରେ ୧୪୪ ଧାରା ଯାରି କରାଯାଇଛି । ଡାକବାଜୀ ଯନ୍ତ୍ର ସାହାଯ୍ୟରେ ଅଂଚଳରେ ପ୍ରଚାର କରାଯାଉଛି ବେଦାନ୍ତ ପ୍ଲାଣ୍ଟ ମୁଖ୍ୟ ଫାଟକ ଓ ବେଦାନ୍ତ ଟାଉନସିଫ୍ ଏରିଆ ୨ କି.ମି. ଭିତରେ ୧୪୪ ଧାରା ଜାରିହୋଇଅଛି, ଏଣୁ ଉକ୍ତ ପରିଧି ମଧ୍ୟରେ ଯେ କୌଣସି ଜାଗାରେ ୫ ରୁ ଅଧିକ ଲୋକ ରହିପାରିବେ ନାହିଁ, ରେଲି କିମ୍ବା ସଭାସମିତି କରିପାରିବେ ନାହଁ । ରାତି୨ ଟାରେ ଲାଞ୍ଜିଗଡ କୁ ପହଁଚିଥିବା ବେଳେ ଥାନା ଛକ ଠାରେ ଶବ ଥିବା ଏମ୍ବୁଲେନ୍ସ କୁ ପୁଲିସ ଅଟକ ରଖିଛି । ମୃତ ପଟନାୟକ ର ପରିବାର ଓ ରେଂଗୋପାଳି ଗ୍ରାମବାସୀ କ୍ଷତିପୂରଣ ଦାବି କରିଛନ୍ତି । ୫ଟି ଝିଅ କୁ ୫ ଲକ୍ଷ୍ୟ ଲେଖାଏଁ, ସ୍ତ୍ରୀ ମନୋରମା କୁ ଚାକିରୀ ପାଇଁ ଦାବି କରାଯାଇଛି। ବେଦାନ୍ତ ଗେଷ୍ଟ ହାଉସ ରେ ଗ୍ରାମବାସୀ ,ବେଦାନ୍ତ କର୍ତ୍ତୃପକ୍ଷ ଓ ପ୍ରଶାସନ ମଧ୍ୟରେ ଆଲୋଚନା ଜାରି ରହିଛି। ଓଡ଼ିଶା ସମାଚାର

About admin

Check Also

ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହରରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ବେସ ତତ୍ପର ହୋଇ ଉଠିଥିବା ଦେଖାଯାଇଛି …

Leave a Reply

Your email address will not be published. Required fields are marked *