Wednesday , October 27 2021
Breaking News
Home / ତାଜା ଖବର / ଟାଉନଥାନା ପୋଲିସର ଚଢାଉ : ବିପୁଳ ମଦ ଜବତ, ଜଣେ ଗିରଫ

ଟାଉନଥାନା ପୋଲିସର ଚଢାଉ : ବିପୁଳ ମଦ ଜବତ, ଜଣେ ଗିରଫ

କେନ୍ଦ୍ରାପଡା ୨୪/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ସହରର ବଳଗଣ୍ଡି ଗ୍ରାମର ଚୋରାମଦ ବେପାରୀ ଶରତ କୁମାର ସାହୁଙ୍କ ଘର ଉପରେ  ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି  ।  ଚୋରାମଦ ବେପାରୀ  ଶରତ ସାହୁଙ୍କ ଠାରୁ   ୭୫ବୋତଲ (୧୩.୬ଲିଟର) ବିଦେଶୀ ଚୋରାମଦ ଜବତ କରାଯିବା ସହ  ଚୋରାମଦ ବେପାରୀ ଶରତ ସାହୁଙ୍କୁ ପୋଲିସ ଗିରଫକରି  ଥାନା କେଶ ନମ୍ବର ୧୫୯/୨୦୧୯ରେ ଏକ ମାମଲା ରୁଜୁକରି  କୋର୍ଟ ଚାଲାଣ କରିଥିବା ଜଣାପଡିଛି   ।  ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର    ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନିର୍ଦେଶରେ ଅନୁଷ୍ଠିତ ଏହି ଚଢାଉରେ ଏସ.ଆଇ ସୈାମ୍ୟରଞ୍ଜନ ଜାଲି, ଏ.ଏସ.ଆଇ. ଶରତ କୁମାର ବାରିକ,  ହାବିଲଦାର ନରେନ୍ଦ୍ର ନାଥ ସୋରେନ ଓ ହାବିଲଦାର ବସନ୍ତ କୁମାର ବେହେରା  ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *