ବ୍ରହ୍ମପୁର, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଚଳିତ ବର୍ଷ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ନିର୍ବାଚନ ବାତିଲ କରାଯାଇଛି । ଯେଉଁଠି ଆବଶ୍ୟକ ସେଠାରେ ନିର୍ବାଚନ ବଦଳରେ ମନୋନୀତ କରାଯିବ । ଏହାର ପ୍ରତିବାଦ ଦେଖାଦେଇଛି । ଶୁକ୍ରବାର ଡ଼ିଏସଓ ଗଂଜାମ ଜିଲା ପକ୍ଷରୁ କମାପଲୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିର୍ବାଚନ ବଦଳରେ ମନୋନୀତ ପ୍ରତିନିଧି ପ୍ରକି୍ରୟା ଦ୍ୱାରା ସରକାରୀ ଦଳ ତଥା ଗୋଡ଼ାଣିଆ ବିଦ୍ୟାର୍ଥୀମାନେ ମନୋନୀତ ହେବେ ବୋଲି ସେମାନେ ଅଭିଯୋଗ କରିଥିଲେ । ଡ଼ିଏସଓ ଗଂଜାମ ଜିଲା ସଭାପତି ଶିବାନୀ ଶଙ୍କର ମିଶ୍ର,ସମ୍ପାଦକ ନିମାଁଇ ଚରଣ ସାହୁ,ଉଦ୍ଧବ ମହାକୁଡ଼,ଡ଼ି ତିରୁପତି ଦୋରା,ରଂଜନ ସେଠୀ,କିଷାନ ସାହୁ,ପପୁନ ସାହୁ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର