ଗଞ୍ଜାମ, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ବ୍ରହ୍ମପୁର ସଦର ଥାନା ପୋଲିସ ଜଗଦଳପୁର ନିକଟରେ ଏକ ଇଣ୍ଡିକା କାର୍ ନଂ ଓଡ଼ି୦୫ଭି୪୬୩୬ ରୁ ୬୩ କେଜି ୭୧୨ ଗ୍ରାମ୍ ଗେଞ୍ଜଇ ଜବତ କରିଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ରାୟଗଡ଼ା ଜିଲ୍ଲା ପଦ୍ମପୁରର ରାଜକୁମାର ଶବର ଓ ଡ଼ାବରପଡାର ଧ୍ୟାନଚାନ୍ଦ ନାୟକ । ଏ ସଂକ୍ରାନ୍ତରେ ଥାନା କେସ୍ ନଂ ୨୧୭/ ୧୯ ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର