Tuesday , December 7 2021
Breaking News
Home / ବିଶେଷ / ଅସରାଏ ବର୍ଷାରେ ବେହାଲ ରାଜଧାନୀ

ଅସରାଏ ବର୍ଷାରେ ବେହାଲ ରାଜଧାନୀ

ଭୁବନେଶ୍ୱର , ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ବେଙ୍ଗାପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ଲାଗିରହିଛି । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଙ୍ଗÿିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଶୁକ୍ରବାର ସକାଳେ ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ଅନେକ ଅଂଚଳ ଜଳମଗ୍ନ ହୋଇଥିଲା, ତଳିଆ ଅଂଚଳରେ ଘରେ ପଶିଥିଲା ପାଣି । ସେପଟେ ଉପର ମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦରେ ସମସ୍ତ ଗେଟ୍ ବନ୍ଦ କରାଯାଇଛି । ଜନ୍ମାଷ୍ଟମୀରେ ରାଜଧାନୀରେ ଯମୁନା ନଦୀର ଭ୍ରମ ସୃଷ୍ଟି କରିଛି । ଏ ଚିତ୍ର ହେଉଛି ଭୁବନେଶ୍ୱର ଇସକନ୍ ସମ୍ମୁଖରେ । ସକାଳ ସାଢ଼େ ଦଶଟା ମନ୍ଦିର ଆଗରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ । ଏହି ସମୟରେ ଘଟିଆସିଥିଲା କଳା ହାଣ୍ଡିଆ ମେଘ । ମୁଷଳ ଧାରାରେ ବର୍ଷା ସହ ୪ ଫୁଟ ଉଚ୍ଚରେ ମାଡ଼ି ଆସିଲା ପାଣି । ଚାହୁଁ ଚାହୁଁ ଇସକନ୍ ମନ୍ଦିର ଜଳାର୍ଣ୍ଣବ ହୋଇଗଲା । ଅଂଟାଏ ପାଣିରେ କାର, ବାଇକ୍ ଭାସିଲା । ଆଉ ଏ ଦୃଶ୍ୟ ହେଉଛି ସୌଭାଗ୍ୟ ନଗର ମୁଖ୍ୟ ରାସ୍ତାର । ଏଠିବି ଅଂଟାଏ ଉଚ୍ଚରେ ଲହଡ଼ି ମାରୁଛି ପାଣି । ରସୁଣଗଡ଼, ବାଣୀ ବିହାର, ଆଚାର୍ଯ୍ୟ ବିହାର, ଫାୟାର ଷ୍ଟେସନ୍, ବରମୁଣ୍ଡା, ଓଭର ବ୍ରିଜ୍ ଉପରେ ଓ ତଳେ ବର୍ଷା ପାରି ଜମି ରହିଥିଲା । ସହରର ତଳିଆ ଅଂଚଳରେ ଘରେ ପଶିଯାଇଥିଲା ପାଣି । ବେଙ୍ଗାପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଂଟା ଭିତରେ କେନ୍ଦୁଝର, ଢ଼େଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର ଏବଂ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ବଲାଙ୍ଗୀର, ସୁନ୍ଦରଗଡ଼, ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧା, ଗଜପତି, ମାଲକାନଗିରି, ଅନୁଗୋଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଓଡ଼ିଶା ସମାଚାର

About admin

Check Also

ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଳାହାଣ୍ଡି ,୬/୧୨/୨୧(ଓଡିଶା ସମାଚର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ରେ ଦିର୍ଘ ୪୦ବର୍ଷ ହେଲା ଏମ୍ ରାମପୁର ବ୍ଲକ କୁ ରାଜସ୍ୱ …

Leave a Reply

Your email address will not be published. Required fields are marked *