Saturday , September 25 2021
Breaking News
Home / ବିଶେଷ / ପାରାଦ୍ୱୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ପାରାଦ୍ୱୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ପାରାଦ୍ୱୀପ ୨୨/୦୮/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ସେପ୍ଟେମ୍ବର ମାସ ୧୭ତାରିଖ ବିଶ୍ୱକର୍ମା ପୂଜା ଉପଲକ୍ଷେ ଓଡିଶା ପ୍ରସିଦ୍ଧ ପାରାଦ୍ୱୀପ ବିଶ୍ୱକର୍ମା ପୂଜାପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବନ୍ଦର ଓ ଶିଳ୍ପ ନଗରୀ ପାରାଦ୍ୱୀପରେ ୫୦ରୁ ଉଦ୍ଧ୍ୱର୍ ଛୋଟ ବଡ ପୂଜା ମଣ୍ଡପ ପ୍ରସ୍ତୁତ କରାଯାଇଥାଏ । ତେବେ ସେମାନଙ୍କ ମଧ୍ୟରେ ବଡପଡିଆ ଓ ଜୟଦେବ ସଦନ ଛକ ପଡିଆରେ ପ୍ରସ୍ତୁତ କରାଯାଇଥିବା ପୂଜାମଣ୍ଡପ ବେସ ଆକର୍ଷଣୀୟ ହୋଇଯାଇଥାଏ । ସେଥି ମଧ୍ୟରୁ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ, ବନ୍ଦର ମୋରାଇନ୍ ବିଭାଗ, ଓଡିଶା ମସô୍ୟ ଉତ୍ପାଦନ ସଂଘ, ଏଫସିଆଇ ୟୁନିୟନ ପ୍ରଭୃତି ସଂସ୍ଥା ମାନଙ୍କରେ ମୁର୍ତୀ , ସାଜସଜା ଓ ତୋରଣ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥାଏ । ଏହି ୭ଦିନ ବ୍ୟାପି ପୂଜା କାର୍ଯ୍ୟକ୍ରମରେ ବିଭିନ୍ନ ସଂସ୍ଥା ଦ୍ୱାରା ଦର୍ଶକ ମାନଙ୍କୁ ଆକୃଷ୍ଟ ପାଇଁ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ତେବେ ଏହି ପୂଜା ମହୋସôବ ସମୟରେ ବ୍ୟାପକ ଜନସାମଗମ ହେବାର ସମ୍ଭାବନା ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିବାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ମିଶ୍ରଙ୍କ ଠାରୁ ପ୍ରକାଶ । ଏହି ସମୟରେ ପୂଜାସ୍ଥଳ ମାନଙ୍କରେ ବହୁ ଜନସାମଗମ ହେତୁ ସୃଷ୍ଟି ହେଉଥିବା ଅଳିଆ ଆବର୍ଜନା ପୌରପାଳିକା ଦ୍ୱାରା ସଫେଇ କରାଯାଇଥାଏ ଓ ରାସ୍ତାକୁ ୭ଦିନ ବ୍ୟାପି ସଫା କରାଯିବା ସଙ୍ଗେ ସଙ୍ଗେ ମଶାମରା େଔଷଧ ଓ ବ୍ଳିଚିଙ୍ଗ ପାଉଡର ପୂଜାସ୍ଥଳୀ ନିକଟସ୍ଥ ଅଂଚଳରେ ସିଂଚନ କରାଯାାଇଥାଏ ବୋଲି ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ସୂଚନା ଦେଉଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅଗ୍ନିକାଣ୍ଡରେ ୪ବଖରା ଘର ଜଳିଗଲା, ଗୁରୁତର ଗାଈକୁ ଉଦ୍ଧାର କରିବାକୁ ଯାଇ ରୁନିଲତା ଗୁରୁତର 

ତାରପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ଅନ୍ତର୍ଗତ ଚିକିଣିଆ ପଂଚାୟତ କଳାଧାରୀ ଗ୍ରାମର ବଟକୃଷ୍ଣ ଲେଙ୍କାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ …

Leave a Reply

Your email address will not be published. Required fields are marked *