Friday , September 29 2023
Breaking News
Home / ତାଜା ଖବର / ହସପିଟାଲ ରୁ ବିଚାରାଧିନ କଏଦି ଫେରାର

ହସପିଟାଲ ରୁ ବିଚାରାଧିନ କଏଦି ଫେରାର

ବରଗଡ଼, ୨୩/୦୮/୨୦୧୯(ଓଡ଼ିଶା ସମାଚାର)- ବରଗଡ଼ ମୁଖ୍ୟ ଚିକିତ୍ସାଳୟରୁ ଜଣେ ବିଚାରାଧିନ କଏଦି ଫେରାର ହୋଇଯାଇଛି । ସେ ହେଉଛନ୍ତି ନକୁଳ ମାଝୀ । ଏକ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ବିଗତ ଏକ ବର୍ଷ ହେଲା ସେ ବରଗଡ଼ ଜେଲ ରେ ବିଚାରାଧିନ କଏଦି ଭାବରେ ରହିଛନ୍ତି । ଗତକାଲି ରାତିରେ ସେ ଏକ ବ୍ଲେଡ଼ ରେ ନିଜ ହାତକୁ କାଟି ପକାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ହସପିଟାଲ ରେ ଭର୍ତି କରାଯାଇଥିଲା । ଚିକିତ୍ସା ପରେ ସେ କୌଶଳ କ୍ରମେ ଫେରାର ହୋଇଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *