Saturday , September 18 2021
Breaking News
Home / ବିଶେଷ / ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ-୨୦୧୯

ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ-୨୦୧୯

ସାଲେପୁର,୨୩/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ସାଲେପୁର ସହରରେ ଅବସ୍ଥିତ ପ୍ରତିଷ୍ଠିତ ଶିଳ୍ପ ତାଲିମ୍ ଅନୁଷ୍ଠାନ ସାରସ୍ୱତ ଆଇଟିସି ପକ୍ଷରୁ ନୂତନ ଛାତ୍ରମାନଙ୍କୁ ସ୍ୱାଗତ ଉତ୍ସବ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଭଞ୍ଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ୱାଗତ ଉତ୍ସବରେ ମୁଖ୍ୟ ଅତିଥିଭାବେ ପରିଚାଳନା ନିର୍ଦ୍ଦେଶକ ଧିରେନ୍ଦ୍ର ନାରାୟଣ ଶତପଥୀ ଯୋଗଦେଇ ଆଗାମୀ ଦିନ ପାଇଁ ନୈତିକ , ବୈାଦ୍ଧିକ ଓ ଆଧ୍ୟାତ୍ମିକ ଚେତନା ସହିତ ଉଚ୍ଚ ଶିକ୍ଷା ଉପରେ ନିଜେ ପ୍ରତିଷ୍ଠିତ ହେବାକୁ ପରାମର୍ଶ ଦେଇଥିଲେ । ଆସିଷ୍ଟାଂଟ ଟ୍ରେନିଂ ଅଫିସର ରମେଶ ଚନ୍ଦ୍ର ମହାରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱରୁପ ପ୍ରକାଶ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଅଜୟ କୁମାର ବେଜ, ପ୍ରକାଶ ଦାଶ, କୁମାରୀ ସ୍ମିତାଲିସା ସ୍ୱାଇଁ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ନିରାକାରପୁର ଶୁଭାଶିଷ ପାଇଲେ ଓଡ଼ିଶା ବନ ସେବା

ନିରାକାରପୁର, ୧୮/୦୯/୨୦୨୧(ଓଡ଼ିଶା ସମାଚାର)-ଓଡ଼ିଶା ସାଧାରଣ ପ୍ରଶାସନ ସେବା ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତୀର୍ଣ୍ଣ ୬୭ ଜଣଙ୍କର ନାମ ପ୍ରକାଶିତ ହୋଇଥିବାବେଳେ …

Leave a Reply

Your email address will not be published. Required fields are marked *