Thursday , September 28 2023
Home / ତାଜା ଖବର / ସ୍କୁଲରେ ସହପାଠୀକୁ ବ୍ଲେଡ଼ରେ ଆକ୍ରମଣ

ସ୍କୁଲରେ ସହପାଠୀକୁ ବ୍ଲେଡ଼ରେ ଆକ୍ରମଣ

ଗଞ୍ଜାମ,୨୩/୦୮/୨୦୧୯(ଓଡ଼ିଶା ସମାଚାର)-ଗଞ୍ଜାମ ବରିଡ଼ାଗାଁ ଦଧିବାମନ ହାଇସ୍କୁଲରେ ଜଣେ ଛାତ୍ର ନିଜ ସହପାଠୀଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତି କରାଯାଇଛି । ସୂଚନା ଅନୁସାରେ,ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବରିଡ଼ା ଗାଁ ଦଧିବାମନ ହାଇସ୍କୁଲର ଦଶମ ଶ୍ରେଣୀର ଦୁଇଜଣ ଛାତ୍ରଙ୍କ ମଧ୍ୟରେ କୈାଣସି କାରଣକୁ ନେଇ ବଚସା ଓ ପରେ କଳି ହୋଇଥିଲ । ବଚସାରୁ ଜଣେ ଛାତ୍ର ଉତ୍ୟକ୍ତ ହୋଇ ଅନ୍ୟ ଜଣେ ଛାତ୍ରଙ୍କୁ ବ୍ଲେଡ଼ରେ ଆକ୍ରମଣ କରିଥିଲା ।ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲରେ ଭର୍ତି କରାଯାଇଛି । ଗୁରୁତର ଛାତ୍ରଙ୍କନାଁ ଦୀପକ ସାହୁ ବୋଲି ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *