Sunday , October 1 2023
Home / ବିଶେଷ / ରାଢ଼ଙ୍ଗ ପଂଚାୟତ / ବ୍ଲକ୍ ସମ୍ମୁଖରେ ଧାରଣାକାରୀଙ୍କ ମୁଖ୍ୟ ଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ 

ରାଢ଼ଙ୍ଗ ପଂଚାୟତ / ବ୍ଲକ୍ ସମ୍ମୁଖରେ ଧାରଣାକାରୀଙ୍କ ମୁଖ୍ୟ ଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ 

ତାରପୁର,୨୩/୦୮/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରାଢ଼ଙ୍ଗ ପଂଚାୟତ ରେ ବିବାଦ ଧିରେ ଧିରେ ଉଗ୍ର ରୂପ ନେଉଛି । ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଯିବା ଘଟଣାକୁ ନେଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଗୋଷ୍ଠିଙ୍କ ମୁଖ୍ୟଙ୍କୁ ଜଣେ ବିଶୃଙ୍ଖଳିତ ବ୍ୟକ୍ତି ଓ ଅଭ୍ୟାସଗତ ଅଭିଯୋଗକାରୀର ଆଖ୍ୟା ଦେଇ ତାଙ୍କ ବିରୁଦ୍ଧରେ ବିଡ଼ିଓ ଓ ଥାନା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ବିରୋଧୀ ଗୋଷ୍ଟି । ପଂଚାୟତର ୧୩ ଗୋଟି ୱାର୍ଡ଼ ସଭ୍ୟ ସଭ୍ୟା ଓ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ନାଏବ ସରପଂଚ ବିଷ୍ଣୁ ଚରଣ ରାଉତ,  ୱାର୍ଡ଼ ସଭ୍ୟ ପ୍ରକାଶ କୁମାର ରାଉତଙ୍କ ଅଭିଯୋଗ ଅନୁଯାୟୀ ପଂଚାୟତର ପୂର୍ବତନ ସରପଂଚ ଯେ କି ରାଜ୍ୟର ଏକ କୃଷକ ସଂଗଠନର ନାମକୁ ଦୁରୁପଯୋଗ କରି  ଲୋକମାନଙ୍କ ଉପରେ ପ୍ରଭାବ ବିସ୍ତାର କରି  ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରୁଛନ୍ତି ।  ତାଙ୍କ ସରପଂଚ କାର୍ଯ୍ୟକାଳ ମଧ୍ୟରେ ସରକାରଙ୍କ ବନୀକରଣ କାର୍ଯ୍ୟକ୍ରମରେ ବିପୁଳ ପରିମାଣର ସରକାରୀ ଅର୍ଥ ତୋଷରପାତ କରି  ଆରଟିଆଇ ତଥ୍ୟ ରେ ଧରାପଡ଼ିବା ଏବଂ ବିଭିନ୍ନ ସରକାରୀ ଗୃହ ଓ ଉନ୍ନୟନମୂଳକ କାର୍ଯ୍ୟରେ ଉତକୋଚ ନେଇଥିବାର ପ୍ରମାଣ ଥିବା ସମ୍ପର୍କରେ  ନାଏବ ସରପଂଚ ଅଭିଯୋଗ କରିଛନ୍ତି । ପଂଚାୟତର ବରିଷ୍ଠ ନାଗରିକଙ୍କୁ ଅସମ୍ମାନିତ କରିବା ଏବଂ ସରକାରଙ୍କ ଜନକଲ୍ୟାଣ ମୂଳକ କାର୍ଯ୍ୟକୁ ପଂଚାୟତରେ ଉପଲବ୍ଧ କରାଇବା ପରିବର୍ତେ ଲୋକଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରିବା ତାଙ୍କର ଅଭ୍ୟାସଗତ କାର୍ଯ୍ୟ ବୋଲି ଅଭିଯୋଗରେ ଉଲେଖ କରିଛନ୍ତି । ଏହି ପ୍ରବୃତିକୁ ନିଜର ବୃତି କରି  ଜୀବିକା ନିର୍ବାହ କରୁଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ।  ଶସ୍ତା ଲୋକପ୍ରିୟତା ଅର୍ଜନ ପାଇଁ ସରକାରଙ୍କ ବିରୁଦ୍ଧରେ ଲୋକଙ୍କୁ ମତାଇବା ଓ ଲୋକଙ୍କ ମନରେ ବିଷ ମଂଜି ବୁଣୁଥିବା ପୂର୍ବତନ ସରପଂଚଙ୍କ ଜନ ବିରୋଧି ତଥା କୁତ୍ସିତ କାର୍ଯ୍ୟରେ ପଂଚାୟତବାସୀ ଅତିଷ୍ଟ ହୋଇପଡ଼ିଥିବା ର ପ୍ରକାଶ କରନ୍ତି । ଏ ସମ୍ପର୍କରେ ଗତ ଅଗଷ୍ଟ ୨୦ ତାରିଖରେ ଜନସାଧାରଣଙ୍କ ପକ୍ଷରୁ ଜଗତସିଂହପୁର ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଛି ।  ଏଥିରେ ୱାର୍ଡ଼ ସଭ୍ୟା ପୁଷ୍ପଲତା ବାରିକ, ନୀରୁପକମା ସ୍ୱାଇଁ, ବନୀତା ରାଉତ, ହେମଲତା ଜେନା,  ବାବଳଉି ମଳିକ,  ଆଦିକନ୍ଦ ପରିଡ଼ା, ପ୍ରତିମା ଲେଙ୍କା,  ଅମରେନ୍ଦ୍ର ସ୍ୱାଇଁ,  ଶରତ କୁମାର ପାଳ, ନୀରାକାର ନାୟକଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ତୁରନ୍ତ ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଭିତିହୀନ କଥାକୁ ଗୁରୁତ୍ୱ ନଦେବା ପାଇଁ ପଂଚାୟତବାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *